ବିଧାୟକଙ୍କୁ ଅସହାୟ କରିଛି ଶିକ୍ଷକ ବଦଳି ଚାପ ; କ୍ଷମତା ପ୍ରତ୍ୟାହାର ପାଇଁ ଗଣେଶ୍ବରଙ୍କ ଚିଠି

ଶିକ୍ଷକଙ୍କ ବଦଳି ଅନୁରୋଧ ଚାପରେ ଅତିଷ୍ଠ ବିଧାୟକ । କ୍ଷମତା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ବିଧାୟକ ଗଣେଶ୍ବର ବେହେରା । କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଉଠାଇଲେ ପ୍ରଶ୍ନ । ମନ୍ତ୍ରୀ କହିଲେ, ଭୋଟ ଆଶା ରଖି କାମ କଲେ ଲାଗିବ ପ୍ରେସର । 

ganeswar behera***

ganeswar behera*** Photograph: (KanakNews)

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳି ଅନୁରୋଧ ଚାପରେ ଅତିଷ୍ଠ ବିଧାୟକ । କ୍ଷମତା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି  ବିଜେଡି ବିଧାୟକ ଗଣେଶ୍ବର ବେହେରା । ବିଧାୟକମାନେ ନିଜ ଜିଲ୍ଲା ଭିତରେ ପ୍ରତିବର୍ଷ ୧୫ ଜଣ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ । ହେଲେ, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିଧାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ବଦଳି ପାଇଁ ଶହ ଶହ ଆବେଦନ ଆସୁଥିବାରୁ ବିଧାୟକମାନେ ଅସହାୟ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି ଗଣେଶ୍ବର ବେହେରା । 


କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଶିକ୍ଷକ ବଦଳି ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ୧୫ ଜଣଙ୍କୁ ବଦଳି କରି କ’ଣ ୧୫ ଶହ ଲୋକଙ୍କର ବିରୋଧୀ ହେବୁ ବୋଲି ପ୍ରଶ୍ନ କରିଛନ୍ତି ତାରା । ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜବାବରେ କହିଛନ୍ତି, ଭୋଟ ଆଶା ରଖି କାମ କଲେ ନିଜକୁ ଚାପରେ ରହିବା ପରି ଲାଗିବ । ଶିକ୍ଷକ ବଦଳି ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ରହିଥିବା କହିଛନ୍ତି ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe