କନକ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା । ସେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ସେ କେଜ୍ରିୱାଲ କ୍ୟାବନେଟରେ ହେଭିୱେଟ ମନ୍ତ୍ରୀ ରହିଆସିଛନ୍ତି । ବିଧାୟକ ଦଳର ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଆତିିଶୀଙ୍କ ନାଁ ଘୋଷଣା କରାଯାଇଛି । ଆଜି କେଜ୍ରିୱାଲଙ୍କ ସିଭିଲ ଲାଇନ୍ସ ସ୍ଥିତ ବାସଭବନରେ ବୈଠକ ପରେ ମୁଖ୍ୟମନ୍ତ୍ରୀ ପାଇଁ ଆତିଶୀଙ୍କ ନାଁକୁ ଚୟନ କରାଯାଇଛି ।  

ଆତିଶୀ ଜଣେ ରାଜପୁତ ପରିବାରୁ ଆସିଛନ୍ତି ଏବଂ ଅକ୍ସଫୋର୍ଡରୁ ଗ୍ରାଜୁଏସନ୍ କରିଛନ୍ତି । ଆତିିଶୀଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଭାରି ରୋଚକ । ସମାଜସେବୀ ଆନ୍ନା ହଜାରେଙ୍କ ଆମରଣ ଅନଶନ ସମୟରେ ସେ ସାମିଲ ହୋଇଥିଲେ । ୨୦୧୯ରେ ଆତିଶୀ ପ୍ରଥମ ଥର ପାଇଁ  ନିର୍ବାଚନ ଲଢିଥିଲେ ବି ଏଥିରେ ତାଙ୍କୁ ପରାଜୟ ମିଳିଥିଲା । ହେଲେ ୨୦୨୦ରେ ବିଧାନସଭା ନିର୍ବାଚନରେ ପଥମ ଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହେଲେ । ଏବଂ ୨୦୨୩ରେ କେଜ୍ରିୱାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ହେଲେ । ୨୦୨୪ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଲେ । ମାତ୍ର ୪ ବର୍ଷରେ ଅତିଶୀ ବିଧାୟିକାରୁ ମୁଖ୍ୟମନ୍ତ୍ରୀ ଆସନ ଯାଏଁ ପହଞ୍ଚିଛନ୍ତି । 

୨୦୨୪ରେ କେଜ୍ର୍ରିୱାଲଙ୍କର ଜଣେ ବିଶ୍ୱସ୍ତ ମନ୍ତ୍ରୀ ଭାବେ ଜଣାଶୁଣା ଆତିଶୀ । ତେବେ କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟି୍ତ୍ୱ ତୁଲାଇଥିଲେ । ଏପରିକି କେଜ୍ରିୱାଲ  ମଦ ଦୁର୍ନୀତି ମାମଲାରେ ଜେଲରେ ଥିବାବେଳେ ତାଙ୍କ ଦାୟୀତ୍ୱକୁ ସମ୍ଭାଳିଥିଲେ ।