କନକବ୍ୟୁରୋ : ଦ୍ବିତୀୟ ଦିନରେ ବି ଯାଜପୁରରେ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ । ଗତ କାଲି ସ୍ପଟ୍‌ରେ ପହଞ୍ଚି ତଦନ୍ତ ପରେ ଆଜି ଟାଉନ୍‌ ଥାନାରେ ପହଞ୍ଚି ସିସିଟିଭି ଯାଞ୍ଚ କରିବ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଦଳ। ଭବ ପ୍ରସାଦ ଦାସଙ୍କୁ ମଧ୍ୟ ପଚରା ଉଚୁରା କରାଯାଇପାରେ  । କ୍ରାଇମ୍‌ବ୍ରାଞ୍ଚର ୩ଟି ଟିମ୍ ୩ଟି ଭିନ୍ନ ଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି  । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ, ଥାନା ଘେରାଉ ଏବଂ ରାସ୍ତାରୋକ ଘଟଣାର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ  ।  ଏଡିଜି ବିନୟତୋସ୍ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଦନ୍ତ ଚାଲିଛି । ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପି ରାଙ୍କର ଦକ୍ଷ ଅଧିକାରୀ ତଦନ୍ତକାରୀ ଦଳରେ ରହିଛନ୍ତି ।