ଓଡ଼ିଶା ବଜେଟ୍ : ମାଗିଥିଲେ କ’ଣ, ମିଳିଲା କ’ଣ ?

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟର ଯେଉଁ ଭଣ୍ଡାର ଖୋଲିଛନ୍ତି ତାହାକୁ ନେଇ କିଛି ଖୁସିରେ ଗଦଗଦ। ଆଶା ଠାରୁ ଅଧିକ ପ୍ରକଳ୍ପ ମିଳିଥିବାରୁ ଜିଲ୍ଲାୱାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦର ସୁଅ ଛୁଟିଛି। ସେହିଭଳି ଅନେକ ଜିଲ୍ଲାର ମନ ଜିଣିପାରିନି ମୋହନଙ୍କ ବଜେଟ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟର ଯେଉଁ ଭଣ୍ଡାର ଖୋଲିଛନ୍ତି ତାହାକୁ ନେଇ କିଛି ଖୁସିରେ ଗଦଗଦ। ଆଶା ଠାରୁ ଅଧିକ ପ୍ରକଳ୍ପ ମିଳିଥିବାରୁ ଜିଲ୍ଲାୱାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦର ସୁଅ ଛୁଟିଛି। ସେହିଭଳି ଅନେକ ଜିଲ୍ଲାର ମନ ଜିଣିପାରିନି ମୋହନଙ୍କ ବଜେଟ।

budget-2026

କନକ ବ୍ୟୁରୋ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆସିବା ପରେ ଅନେକ ଆଲୋଚନା ହେଉଛି । ଚଳିତ ବଜେଟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାକୁ ବିଶ୍ବବିଦ୍ୟାଳୟ ଭେଟି ଦେଇଛନ୍ତି ସରକାର । ମେଡିକାଲ କଲେଜ ଦାବି ରଖିଥିବା ଜଗତସିଂହପୁର ଜିଲ୍ଲାକୁ ବିଶ୍ବବିଦ୍ୟାଳୟ ମିଳିଥିବାରୁ ଅଞ୍ଚଳବାସୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କେତେକ ଜିଲ୍ଲାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି। 
 
ସେପଟେ କଟକ ଶୈଳବାଳା କଲେଜର ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ବିକ୍ଷୋଭ ପ୍ରଦର୍ଶନ ସହ ଗେଟରେ ତାଲା ପକାଇ  ସ୍ପଷ୍ଟ ଭାବେ ପଚାରିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ କାହିଁକି ମିଳିଲାନି ବିଶ୍ବବିଦ୍ୟାଳୟ ମାନ୍ୟତା ? ମୟୂରଭଞ୍ଜକୁ ବିଭିନ୍ନ ପ୍ରକଳ୍ପ ମିଳିଥିଲେ ମଧ୍ୟ ବହୁ ଦାବି ପୂରଣ ହୋଇନଥିବାରୁ ଖୁସି ନାହାନ୍ତି ଜିଲ୍ଲାବାସୀ ।

ଏହା ବି ପଢ଼ନ୍ତୁ: କାହିଁକି ୪ ଦିନ ଧରି ଗୃହ ଅଚଳ, ୨୪ ପୂର୍ବରୁ ଗୃହ ସ୍ବାଭାବିକ ଚାହୁନି କି ବିଜେଡି ?

ବଜେଟକୁ ନେଇ କିଛି ଜିଲ୍ଲା ନିରାଶ ହୋଇଥିବା ବେଳେ ଅନ୍ୟ କିଛି ଜିଲ୍ଲା ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପକୂଳରୁ ଉପାନ୍ତ ଯାଏଁ କିଛି ନା କିଛି ପ୍ରକଳ୍ପ ଭେଟି ଦେଇଛନ୍ତି ସରକାର । ଉତ୍ତରକୁ ଦକ୍ଷିଣ ସହ ଯୋଡ଼ିବ ଅଟଳ ଏକ୍ସପ୍ରେସ୍ । ମାଲକାନଗିରି ମୋଟୁକୁ ମୟୂରଭଞ୍ଜର ତିରିଙ୍ଗୀ ସହ ଯୋଡ଼ିବ । 'ନମୋ ଏକ୍ସପ୍ରେସ ଯୋଜନା'ରେ ପାରଳାଖେମୁଣ୍ଡିରୁ -ଅମ୍ବାଭୋନାକୁ ସଂଯୋଗ କରାଯିବ । ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ ଏମକେସିଜିକୁ ଏମ୍ସ ପ୍ଲସ୍, ନୂଆପଡ଼ା ଓ ନୟାଗଡ଼ରେ ନୂତନ ହୋମିଓପାଥି କଲେଜ ହେବ । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂ କ୍ୟାପିଟାଲ ହସ୍ପିଟାଲରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ହେବ ।  ଦକ୍ଷିଣ ଓଡ଼ିଶା ବିକାଶ ଯୋଜନାରେ ୩ ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି । ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ ୫୦୦ କୋଟିର ଅନୁଦାନ । ବଜେଟରେ ଘୋଷଣା ହୋଇଥିବା ପ୍ରକଳ୍ପ କେବଳ କାଗଜକଲମରେ ସୀମିତ ରହିବ ନା ବାସ୍ତବତାର ରୂପ ନେବ ତାହା ବଡ଼ ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe