ବର୍ତ୍ତମାନର ଖରାପ ଜୀବନଚର୍ଯ୍ୟା ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଜହର ସଦୃଶ । ଫାଷ୍ଟଫୁଡ୍ , ଠିକ୍ ସମୟରେ ନ ଖାଇବା , ବ୍ରେକଫାଷ୍ଟରେ ବିଳମ୍ବ , ରାତିରେ ପେଟ ଫାଟିଲା ପର୍ଯ୍ୟନ୍ତ ଖାଇବା ଏବଂ ନନଭେଜ୍ ହେଲେ ଜମେଇକି ଖାଇବା ଅଭ୍ୟାସ ଆମ ସ୍ବାସ୍ଥ୍ୟକୁ ଆହୁରି ଖରାପରୁ ଖରାପ ଆଡକୁ ନେଉଛି । ବୟସ ନ ହୋଇ ବି ଚୁଟି ପାଚିବା , ଚୁଟି ଝଡ଼ିବା , ଗ୍ୟାସ୍ ସମସ୍ୟା ଉପୁଜିବା ଏବଂ ଅନେକ ସମୟରେ ଦେହ ଖରାପ ରହିବା ଏସବୁ ଆମର ଖାଦ୍ୟପେୟ ସହ ହିଁ ଜଡ଼ିତ ।
/kanak/media/media_files/2025/01/22/ll2f0BJB2EtHMzOtfq9P.jpg)
ଆଜିର ସମୟରେ ୧୭ , ୧୮ ବର୍ଷର ପିଲାଙ୍କ ଚୁଟି ବି ପାଚି ଧଳା ହୋଇଯାଉଛି । ଏଭଳି ସ୍ଥିତିରେ କିଶୋରବସ୍ଥାରୁ ହିଁ ପିଲା ହେୟାର୍ ଡାଏ କରିବାରେ ଲାଗିପଡୁଛନ୍ତି । କିଏ କଲର୍ କରିବାକୁ ପସନ୍ଦ କରୁଛନ୍ତି ତ ଆଉ କିଏ କଳା । କିନ୍ତୁ ଏହାର ପରିଣତି କ’ଣ ହେଉଛି ଚୁଟିର ପ୍ରାକୃତିକ ଚମକ ମଧ୍ୟ ହ୍ରାସ ପାଉଛି ଏବଂ ଚୁଟି ଡ୍ରାଏ ହୋଇ ଝଡୁଛି । ତେବେ ଏମିତି ସ୍ଥିତିରେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ଉପସମ ଦେବା ପାଇଁ ଏକ ଉପାୟ ବିଷୟରେ ଅବଗତ କରାଇବୁ । ଚୁଟିରେ ଏହି ପେଷ୍ଟ୍ ଲଗାଇଲେ ପ୍ରାକୃତିକ କଳା ପାଇବା ସଙ୍ଗେ ସଙ୍ଗେ ଆପଣ ଡ୍ୟାମେଜ୍ ହେୟାରର ଜାଲରୁ ମଧ୍ୟ ବାହାରି ପାରିବେ ।
/kanak/media/media_files/2025/01/22/5AXOhcC08JWOVd3cFgs5.png)
ଏହି ପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ନଡ଼ିଆ ତେଲରେ ଅଁଳା ପାଉଡର୍ ପକାଇ ଗ୍ୟାସ୍ ରେ କଳା ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ପେଷ୍ଟ୍ କଳା ହୋଇଗଲେ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଚୁଟିରେ ଲଗାଇ ପରଦିନ ଶାମ୍ପୁରେ ଚୁଟି ଧୋଇନିଅନ୍ତୁ । ଏହି ପେଷ୍ଟ୍ ଚୁଟିକୁ ପ୍ରାକୃତିକ କଳା କରିବା ସହ ଚମକ ମଧ୍ୟ ଦେଇଥାଏ । ଏହି ପେଷ୍ଟକୁ ଲଗାତାର ଲଗାନ୍ତୁ ଫରକ୍ ଜାଣିପାରିବେ ।
/kanak/media/media_files/2025/01/22/MfVPI0SIrrg3tLS1b7H1.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/22/cGBamQQyMrIFshc9uXz7.png)