କନକ ବ୍ୟୁରୋ : ବିସିସିଆଇର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଦିଲ୍ଲୀର ପୂର୍ବତନ ରଣଜୀ ଖେଳାଳି ମିଥୁନ ମନହାସ । ଜମ୍ମୁ-କାଶ୍ମୀରରେ ଜନ୍ମିତ ଏହି କ୍ରିକେଟର ବିସିସିଆଇର ନୂତନ ସଭାପତି ହେବା ପାଇଁ ଦୌଡ଼ରେ ଆଗରେ ରହିଛନ୍ତି । ବିସିସିଆଇ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଏନେଇ କୌଣସି ଘୋଷଣା ହୋଇନାହିଁ । ଆସନ୍ତା ୨୮ ତାରିଖରେ ବିସିସିଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ନୂତନ ସଭାପତି ଭାବେ ତାଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା କରାଯାଉଛି । ତେବେ ମିଥୁନ ମନହାସ ଯଦି ସଭାପତି ହୁଅନ୍ତି ତେବେ ପ୍ରଥମ ଥର ପାଇଁ କୌଣସି ଅନକ୍ୟାପଡ୍ ଖେଳାଳି ବିସିସିଆଇର ନେତୃତ୍ୱ ନେବେ । ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ, ସେ ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍ ପାଇଁ ସଂଯୋଜକ ଏବଂ ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟାନ୍ସର ସପୋର୍ଟ ଷ୍ଟାଫ୍ ଭାବରେ କାର୍ଯ୍ୟ କରିଛନ୍ତି । 
 

Advertisment