କନକ ବ୍ୟୁରୋ: ବିସିସିଆଇକୁ ନୂଆ ବସ୍ ମିଳିଛି । ଜମ୍ମୁ କ୍ରିକେଟ୍ ଆସୋସିଏସନ୍ ସହିତ ଜଡ଼ିତ ପୂର୍ବତନ କ୍ରିକେଟର ମିଥୁନ ମନହାସଙ୍କୁ ଆଜି ବିସିସିଆଇର ନୂଆ ସଭାପତି ଭାବେ ଚୟନ କରାଯାଇଛି । ସେ ରୋଜର ବିନ୍ନୀଙ୍କ ସ୍ଥାନ ନେବେ ।
ମିଥୁନ ମନହାସ ବିସିସିଆଇର ନୂଆ ସଭାପତି ହୋଇଥିବା ବେଳେ ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦରେ ବଜାୟ ରଖିଛନ୍ତି । କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ (KSCA)ର ବର୍ତ୍ତମାନର ସଭାପତି ତଥା ଭାରତର ପୂର୍ବତନ ସ୍ପିନର ରଘୁରାମ ଭଟ୍ଟ ବିସିସିଆଇର କୋଷାଧ୍ୟକ୍ଷ ହୋଇଛନ୍ତି । ତାଙ୍କ KSCA ସଭାପତି ପଦର କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ଦେବଜିତ୍ ସାଇକିଆ ସଚିବ ପଦରେ ବଜାୟ ରହିଥିବାବେଳେ ପ୍ରଭାତେଜ ଭାଟିଆଙ୍କୁ ଯୁଗ୍ମ ସଚିବ ଚୟନ କରାଯାଇଛି ।
ବିସିସିଆଇ ମୁଖ୍ୟାଳୟରେ ଆୟୋଜିତ ସାଧାରଣ ବାର୍ଷିକ ବୈଠକରେ ବିସିସିଆଇର ନୂଆ ପଦାଧିକାରୀଙ୍କ ନାମ ଉପରେ ଚୂଡ଼ାନ୍ତ ମୋହର ଲାଗିଥିଲା । ଦିଲ୍ଲୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିଥୁନ ମନହାସଙ୍କୁ ବିସିସିଆଇର ନୂଆ ସଭାପତି କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ଜନ୍ମିତ ମିଥୁନ ଦିଲ୍ଲୀ ପାଇଁ ସର୍ବାଧିକ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି । ସେ ମିଡିଲ୍ ଅର୍ଡର ବ୍ୟାଟର ଏବଂ ରଣଜୀ ଟ୍ରଫିରେ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ମନହାସ ୧୫୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୯୭୦୦ ରନ୍ କରିଛନ୍ତି । ସେହିଭଳି ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ୱାରିୟର୍ସ ଏବଂ ସିଏସକେ ଦଳ ପାଇଁ ମଧ୍ୟ ଖେଳିଛନ୍ତି । ସେ ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି, ଯିଏ ବିସିସିଆଇର ସଭାପତି ପଦରେ ଅବସ୍ଥାପିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/28/mithun-manhas-2025-09-28-13-47-50.jpg)