କନକ ବ୍ୟୁରୋ : ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗର୍ଜିଲେ ମିଶନଶକ୍ତି ମହିଳା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ସହ ଜୋରଦାର ପ୍ରତିବାଦ କରିଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ମୟୂରଭଞ୍ଜ ମିଶନ ଶକ୍ତିର ଏକ୍ସିକୁଟିଭ କମିଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୀବନର ଅଧାରୁ ଅଧିକ ସମୟ ମିଶନ ଶକ୍ତିରେ କାମ କରିବା ପରେ ଏବେ ସରକାର ପୂର୍ନଗଠନ ଆଳରେ ସେମାନଙ୍କୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଦରକାର ବେଳେ କାମରେ ଲଗାଇ ଏବେ ଅନାବଶ୍ୟକ ଭାବରେ ସେମାନଙ୍କୁ ଫୋପାଡ଼ି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ବାରିପଦା ଠାରେ ଜିଲ୍ଲା ମିଶନ ଶକ୍ତି ମହାସଂଘର ୬ହଜାରରୁ ଅଧିକ ସଦସ୍ୟା ୬ଦଫା ଦାବି ନେଇ ଏକ ବିରାଟ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାୟୀ ନିଯୁକ୍ତି, ଇସି ସଦସ୍ୟାଙ୍କୁ ନିୟମିତ ଦରମା, ଜିପିଏଲଏଫ ସଦସ୍ୟାଙ୍କୁ ମୁଣ୍ଡପିଛା ଭତ୍ତା, ସହରାଞ୍ଚଳ ଇସି ସଦସ୍ୟାଙ୍କୁ ମାସିକ ଭତ୍ତା ସୁନିଶ୍ଚିତ କରିବା ଆଦି ଦାବି ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବୀ ପୁରଣ ନହେଲେ ଆଗକୁ ବିରୋଧ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛି ସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/24/DfZp7RXOJE1eJNjtyeDO.jpg)