ମହିଳାଙ୍କ ଗର୍ଜନରେ କମ୍ପିଲା ଗାନ୍ଧୀମାର୍ଗ: ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

Advertisment

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ମହିଳା। ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା। ସେହିଭଳି ଶହ ଶହ ସଂଖ୍ୟାରେ ଗୋଷ୍ଠୀ ସହାୟିକା ମହିଳା ବି ନିଜ ଦାବି ପାଇଁ ଆନ୍ଦୋଳନ କରିଛନ୍ତି।

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ମହିଳା। ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା। ସେହିଭଳି ଶହ ଶହ ସଂଖ୍ୟାରେ ଗୋଷ୍ଠୀ ସହାୟିକା ମହିଳା ବି ନିଜ ଦାବି ପାଇଁ ଆନ୍ଦୋଳନ କରିଛନ୍ତି।

scew

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ମହିଳା। ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା। ସେହିଭଳି ଶହ ଶହ ସଂଖ୍ୟାରେ ଗୋଷ୍ଠୀ ସହାୟିକା ମହିଳା ବି ନିଜ ଦାବି ପାଇଁ ଆନ୍ଦୋଳନ କରିଛନ୍ତି। ସ୍ଥାୟୀ ନିଯୁକ୍ତି, ବକେୟା ଦରମା ଓ ଅନ୍ୟାନ୍ୟ ଦାବିରେ ଉଭୟ ଗୋଷ୍ଠୀ ଆନ୍ଦୋଳନ କରିଛନ୍ତି।   

ବିଧାନସଭା ଅଧିବେଶନ ବେଳେ କମ୍ପିଛି ଭୁବନେଶ୍ବର ଗାନ୍ଧୀମାର୍ଗ । ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ଧାରଣା ଦେଇଛନ୍ତି ।  ବିଧାନସଭା ଘେରାଉ କରିଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା, ଓଡ଼ିଶା ଗୋଷ୍ଠୀ ସହାୟିକା ମହିଳା- ସିଆରପି। ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା । ଦୀର୍ଘ ୧୨ବର୍ଷରୁ ଅଧିକ ସମୟ ହେବ ମିଶନ ଶକ୍ତି ଅଧିନରେ ସେବା ଯୋଗାଇ ଆସୁଥିଲେ । ହେଲେ ଏବେ ରିଷ୍ଟ୍ରକ୍ଚରିଙ୍ଗ  ନାଁରେ ସେମାନଙ୍କୁ କାଢ଼ିବାକୁ ଯୋଜନା ହୋଇଥିବା  ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା ।

ସେହିଭଳି ଶହ ଶହ ସଂଖ୍ୟାରେ ଗୋଷ୍ଠୀ ସହାୟିକା ମହିଳା- ସିଆରପି ବି ଆଜି ରାଜଧାନୀର ରାସ୍ତାରାସ୍ତାରେ ଗର୍ଜିଛନ୍ତି । ମିଶନଶକ୍ତି  ଅଧିନରେ ଆସୁଛନ୍ତି ଏହି ଗୋଷ୍ଠୀ ସହାୟିକା ମହିଳା । ୧୧ ଦଫା ଦାବି ନେଇ  ଏମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।  ଉଭୟ ଗୋଷ୍ଠୀର ମୁଖ୍ୟଦାବି ରହିଛି
- ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ
- ମାସିକ ସର୍ବନିମ୍ନ ମଜୁରୀ, ବିଭିନ୍ନ ଭତ୍ତା ପ୍ରଦାନ କରିବା
ଉଭୟ ଗୋଷ୍ଠୀକୁ ସରକାର ଆଲୋଚନା ପାଇଁ ଡାକିଥିଲେ । କିନ୍ତୁ ବୈଠକ ସେଭଳି ଫଳପ୍ରଦ ହୋଇନଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe