କନକ ବ୍ୟୁରୋ: ଆଜି ବି ଆନ୍ଦୋଳନରେ ମିଶନ ଶକ୍ତି ମହିଳା । ୩ ଦିନ ହେଲା ଚାଲିଛି ବିକ୍ଷୋଭ । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି । ସରକାର ଦାବି ନମାନିବା ଯାଏଁ ଧାରଣାସ୍ଥଳରୁ ଉଠିବୁ ନାହୁଁ ବୋଲି ମହିଳା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ବିଧାନସଭାରେ ମଧ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ହୋଇଛି । ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନରେ ବିଜେଡି ଓ କଂଗ୍ରେସ ବିଧାୟକ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ବିରୋଧରେ ସ୍ବର ଉଠାଇବା ଦେଖିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/11/qE0UQiI6tNd8NLdHzgni.jpg)