କନକ ବ୍ୟୁରୋ: ବିଧାନସଭା ଭିତରେ ଓ ବାହାରେ ମିଶନ ଶକ୍ତି ମହିଳାଙ୍କ ଦରମା ତାତି । ଲଗାତାର ଦ୍ବିତୀୟ ଦିନରେ ଭୁବନେଶ୍ବର ଲୋୟର ପିଏମଜିରେ ଚାଲିଛି ଆନ୍ଦୋଳନ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ୬ଟି କ୍ୟାଡରର ହଜାର ହଜାର ମହିଳା କର୍ମଚାରୀ । ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ପକ୍ଷରୁ ହକ୍‌ ପାଇଁ ଚାଲିଛି ଲଢ଼େଇ । ଏଭଳି ସ୍ଥିତିରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କାହାରି କଥାରେ ବିଭ୍ରାନ୍ତି ହୋଇ ରାସ୍ତାରେ ନଗଡ଼ିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ମହିଳାଙ୍କୁ ଢାଲ କରି ଆରମ୍ଭ ହୋଇଛି ରାଜନୀତି । ଏଠି ପ୍ରଶ୍ନ କାହିଁକି ଆନ୍ଦୋଳନରେ ମସିଛନ୍ତି ମିଶନଶକ୍ତି ମହିଳା? 
୯ ମାସ ହେବ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ମିଳୁନି ଦରମା
ଜିପିଏଲଏଫ୍ କମ୍ୟୁନିଟି କ୍ୟାଡରଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଦାବି
ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଆନ୍ଦୋଳନରତ ମହିଳାଙ୍କ ଦାବି
୫ ବର୍ଷିଆ ପଲିସିରେ ଥିବା ୭୫% ଓ ୫୦%କୁ ଉଚ୍ଛେଦ କରି ୧୦୦% ପାରିଶ୍ରମିକ ପ୍ରଦାନ
କମ୍ୟୁନିଟି ଷ୍ଟାଫଙ୍କର ବକେୟା ଥିବା ପାରିଶ୍ରମିକ ରାଶି ପ୍ରଦାନ
୬ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଯୋଗ୍ୟତା ଅନୁସାରେ ପଦୋନ୍ନତି
ମିଶନ ଶକ୍ତି ମହିଳାଙ୍କୁ ୧୫ ଦିନ ମଧ୍ୟରେ ପରିଚୟପତ୍ର ପ୍ରଦାନ
ମୃତ୍ୟୁକାଳୀନ ସହାୟତା ୫ ଲକ୍ଷ ଟଙ୍କା ପ୍ରଦାନ
ଇପିଏଫଓ ଓ ଇଏସଆଇ ପ୍ରଦାନ କରାଯିବାକୁ ଦାବି 

Advertisment

ଏଠି ପ୍ରଶ୍ନ ଉଠୁଛି କିଏ ବନ୍ଦ କରିଛି ମିଶନ ଶକ୍ତି ମହିଳାଙ୍କ ଦରମା ? ରାଜ୍ୟରେ ୫ ମାସ ହେବ ସରକାରକୁ ଆସିଛି ବିଜେପି । କିନ୍ତୁ ବିଜେଡି ସରକାରରେ ୩ ମାସ ଧରି ଦରମା ପାଇ ନଥିଲେ କର୍ମଚାରୀ । ଏମବିକେ, ସିଆରପି ମହିଳାଙ୍କ ଚୁକ୍ତିର ମଧ୍ୟ ନବୀକରଣ କରାଯାଇ ନଥିଲା । ଯାହାକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି ।