ବିଜେପିର ମିସନ ବିହାର ;  ଦୁଇ ଦିନିଆ ଗସ୍ତରେ କର୍ମୀଙ୍କୁ ଅମିତ ଶାହଙ୍କ ତିନି ଏମ୍. ବିଜୟ ମନ୍ତ୍ର

Advertisment

ବିଜେପିର ମିସନ ବିହାର   ।  ଦୁଇ ଦିନିଆ ଗସ୍ତରେ କର୍ମୀଙ୍କୁ ଅମିତ ଶାହଙ୍କ ତିନି ଏମ୍. ବିଜୟ ମନ୍ତ୍ର । ବହୁମତ ସହ ନିର୍ବାଚନ ଜିତି ୪ଥର ଦୀପାବଳି ପାଳିବାକୁ କହିଲେ ଶାହ । ଶାହଙ୍କ ମିସନ ବିହାର

ବିଜେପିର ମିସନ ବିହାର   ।  ଦୁଇ ଦିନିଆ ଗସ୍ତରେ କର୍ମୀଙ୍କୁ ଅମିତ ଶାହଙ୍କ ତିନି ଏମ୍. ବିଜୟ ମନ୍ତ୍ର । ବହୁମତ ସହ ନିର୍ବାଚନ ଜିତି ୪ଥର ଦୀପାବଳି ପାଳିବାକୁ କହିଲେ ଶାହ । ଶାହଙ୍କ ମିସନ ବିହାର

31

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଅମିତ ଶାହଙ୍କ ଟ୍ରିପଲ୍ ଏମ୍ ଫର୍ମୁଲା । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ବିହାର ଗସ୍ତରେ ଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନ ବିଜୟର ମନ୍ତ୍ର ଦେଇଛନ୍ତି । ଅମିତ ଶାହଙ୍କ ଗସ୍ତ ପରେ ବିହାରରେ ବିଜେପି ଆହୁରି ସକ୍ରିୟ ହୋଇଉଠିଥବା ଲକ୍ଷ୍ୟ କରାଯାଉଛି ।

ବିହାର ବିଜୟ ପାଇଁ ବିଜେପି ରଣନୀତି 
ଅମିତ ଶାହ ଦେଲେ ଟ୍ରିପଲ ଏମ୍ ମନ୍ତ୍ର

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ ରଣନୀତିକୁ ବ୍ୟାପକ ଓ ତୀବ୍ର କରିଛି । ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ବିହାର ଗସ୍ତରେ ଯାଇ ପ୍ରଥମେ ପାଟନା ଓ ପରେ ସମସ୍ତିପୁର ଏବଂ ଆରାରିଆରେ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନରେ ବିଜୟ ପାଇଁ ଟ୍ରିପଲ୍ ଏମ୍ ମନ୍ତ୍ର ଦେଇଛନ୍ତି ଅମିତ ଶାହ । ଟ୍ରିପଲ୍ ଏମ୍‌ର ଅର୍ଥ ହେଲା- ମହିଳା, ମୋଦୀ ଏବଂ ମନ୍ଦିର । ପ୍ରତ୍ୟେକ ମହିଳାଙ୍କ ପାଖରେ ବିଜେପି କର୍ମୀ ପହଞ୍ଚି ଏନ୍‌ଡିଏ ସରକାରଙ୍କ ଯୋଜନା ବିଷୟରେ ଜଣାଇବାକୁ ଅମିତ ଶାହ ପରାମର୍ଶ ଦେଇଛନ୍ତି । ସେହିପରି ମୋଦୀଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ ।

ବିହାରରେ ୨୪୩ ଆସନରୁ ଏନ୍‌ଡିଏ ୨୨୫ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଅତି କମ୍‌ରେ ୨୨୫ ଥର ଜନସମ୍ପର୍କ ଅଭିଯାନ କରାଯିବ। ଜାତି, ଧର୍ମ ଏବଂ ବିଚାରଧାରା ନିର୍ବିଶେଷରେ ଲୋକଙ୍କ ସହିତ ସମସ୍ତ କର୍ମୀ ଯୋଗାଯୋଗ ରକ୍ଷା କରିବାକୁ ଅମିତ ଶାହ ପରାମର୍ଶ ଦେଇଛନ୍ତି।   ଅମିତ ଶାହ କହିଥିଲେ ଯେ ବିକାଶ ଓ ସ୍ଥିରତାର ଏକମାତ୍ର ଗ୍ୟାରେଣ୍ଟି ଏନ୍‌ଡିଏ । ସମ୍ଭାବ୍ୟ ପ୍ରାର୍ଥୀ ନେଇ ଅମିତ ଶାହ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । 

ପୂର୍ବରୁ ରାଜ୍ୟ ସ୍ତରରେ ବିହାରର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ତାଲିକା ନୂଆଦିଲ୍ଲୀ ପଠାଯିବା ସହିତ ଅମିତ ଶାହଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ପ୍ରାର୍ଥିତ୍ବ ସମ୍ପର୍କରେ ଦଳର ଶୀର୍ଷ ନେତୃତ୍ବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସାଧାରଣ କର୍ମୀ ପରି ନିର୍ବାଚନ ଲଢ଼ିବା ପାଇଁ ଅମିତ ଶାହ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe