କନକ ବ୍ୟୁରୋ : ନିଖୋଜ ହୋଇଥିବା ୟୁଟ୍ୟୁବର ସୁରକ୍ଷିତ । ବୁରତାଳ ପଞ୍ଚାୟତର ମାରମରା ଗ୍ରାମରେ ସୁରକ୍ଷିତ ଥିବା ଜଣାପଡ଼ିଛି । ଗଞ୍ଜାମ ପୋଲସରା କଳମ୍ଵ ଗ୍ରାମର ନରେନ୍ଦ୍ର ସାହୁ ତାଙ୍କ ସାଙ୍ଗମାନଙ୍କ ସହ ପିକନିକ୍ ଯାଇଥିଲେ । ମହିନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରିଆ ପଥର ଜଳପ୍ରପାତରେ ବୁଲୁଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିଲେ ନରେନ୍ଦ୍ର । ବହୁ ଖୋଜାଖୋଜି ପରେ କୌଣସି ଖୋଜ ଖବର ମିଳିନଥିଲା । ଏନେଇ ଥାନାରେ ଜଣାଇଥିଲେ ନରେନ୍ଦ୍ରଙ୍କ ପରିବାର ଲୋକ । ହେଲେ ଏବେ ତିନିଦିନ ପରେ ଆଜି ନରେନ୍ଦ୍ର ସୁରକ୍ଷିତ ଥିବା ଜଣାପଡ଼ିଛି ।