କନକବ୍ୟୁରୋ : ମୁଣ୍ଡୁଳି ବ୍ରିଜ ଉପରୁ ଡେଇଁ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ । ଯୁବକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଗଁଅଦିଆ ଅଂଚଳର ପୀତବାସ ରାଉତଙ୍କ ପୁଅ ତାରିଣୀ ପ୍ରସାଦ ରାଉତ । ତାଙ୍କ ବୟସ ୩୪ବର୍ଷ । ସେ ଗତକାଲି ରାତିରେ ମୁଣ୍ଡଳୀ ବ୍ୟାରେଜ୍ ଉପରେ ନିଜର ପଲସର ଗାଡି ରଖି ମହାନଦୀକୁ ଡେଇଁ ନିଖୋଜ ହୋଇଥିଲେ ।
ଗତକାଲି ଖୋଜାଖୋଜି ପରେ ତାଙ୍କ ପତା ମିଳି ନଥିଲା । ଆଜି ସକାଳେ ନଈରେ ସ୍ଥାନୀୟ ଲୋକ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ତାଙ୍କ ପରିବାରକୁ ମଧ୍ୟ ଖବର ଦିଆଯାଇଛି। ତେବେ କାହିଁକି ମହାନଦୀକୁ ଡେଇଁ ତାରିଣୀ ପ୍ରସାଦ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/30/etcFRxp9W0K5tHHykju1.jpg)