ମହିଳା କନେଷ୍ଟବଳ ନିଖୋଜ ମାମଲା: ହତ୍ୟା କରି ଫିଙ୍ଗି ଦେଇଥିବା ମାନିଲା ପ୍ରେମିକ

Advertisment

ରାଜଧାନୀରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ମାମଲାରେ ପୁଲିସକୁ ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳ ଅଟକ । ହତ୍ୟା କରି କେନ୍ଦୁଝର ଜଙ୍ଗଲରେ ଫିଙ୍ଗିଦେଇଥିବା ମାନିଲା ଅଭିଯୁକ୍ତ । ମୃତଦେହ ଉଦ୍ଧାର ପାଇଁ କେନ୍ଦୁଝର ଗଲ ସ୍ପେଶାଲ ସ୍କ୍ୱାଡ୍‌ ।

ରାଜଧାନୀରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ମାମଲାରେ ପୁଲିସକୁ ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳ ଅଟକ । ହତ୍ୟା କରି କେନ୍ଦୁଝର ଜଙ୍ଗଲରେ ଫିଙ୍ଗିଦେଇଥିବା ମାନିଲା ଅଭିଯୁକ୍ତ । ମୃତଦେହ ଉଦ୍ଧାର ପାଇଁ କେନ୍ଦୁଝର ଗଲ ସ୍ପେଶାଲ ସ୍କ୍ୱାଡ୍‌ ।

3 murder

କନକ ବ୍ୟୁରୋ: ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଭଲ ପାଉଥିବା ଜଣେ କନେଷ୍ଟବଳ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେଣୁ ମାମଲାର ତଦନ୍ତ କରୁଥିବା ସ୍ପେଶାଲ ସ୍କ୍ୱାଡ୍‌ ସେହି କନେଷ୍ଟବଳଙ୍କ ସୂଚନାକୁ ଆଧାର କରି କେନ୍ଦୁଝର ଯାଇଥିବା ଜଣାପଡିଛି । ପ୍ରେମିକ କନେଷ୍ଟବଳ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରର କେଉଁ ଜଙ୍ଗଲରେ ଫୋପାଡ଼ି ଥିବା ସୁରାକ ପାଇ କେନ୍ଦୁଝର ପୁଲିସ ସହାୟତାରେ କମିସନରେଟ ପୁଲିସ ଖୋଳତାଡ କରୁଛି । ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା । ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe