କନକବ୍ୟୁରୋ : ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ । କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି । ହେଲେ ଏପର୍ୟ୍ୟନ୍ତ ପିହୁର କୌଣସି ପତ୍ତା ମିଳୁନି । ୭ ଦିନ ଭିତରେ ଝିଅକୁ ଖୋଜି ଆଣିବାପାଇଁ ଅନୁରୋଧ କରିଛନ୍ତି ।
ନ୍ୟାୟ ନମିଳିଲେ ୮ ତାରିଖରୁ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ପିହୁର ମାଆ ମୋନାଲିସା । ଏହା ପୂର୍ବରୁ ବିଭିନ୍ନ ଫୋରମକୁ ଯାଇ ଅନୁରୋଧ କରିଛନ୍ତି ମୋନାଲିସା । ଅନେକ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି । ହେଲେ ଏବେ ବି ଝିଅର କୌଣସି ଖୋଜ ଖବର ମିଳିପାରୁନି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର କୁନିଝିଅ ପିହୁ ଅପହରଣ ଘଟଣାକୁ ଏହା ଭିତରେ ୫ ବର୍ଷ ବିତିଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/01/pihu-2025-08-01-15-30-54.jpg)