କନକ ବ୍ୟୁରୋ : ରାଜଧାନୀ ରାସ୍ତାରୁ ପ୍ରେମିକା ସାମ୍ନାରୁ ପ୍ରେମିକାକୁ ଉଠାଇ ନେବା ଘଟଣାରେ ଆସିଲା ନୁଆ ମୋଡ଼ । ଅପହରଣ କରି ନେଇଥିବା ୪ ଦୁର୍ବୃତ୍ତଙ୍କ ପତା ମିଳୁନଥିବା ବେଳେ, ଅପହରଣରେ ବ୍ୟବହୃତ କାରକୁ ଜବତ କରିଛି ପୁଲିସ । ସେପଟେ ପୁଲିସ ଚକମା ଦେଇ ଛୁ ମାରିଥିବା ଦୁର୍ବୃତ୍ତ ମାନେ କେଉଁଠି ଏବଂ ଏହି ଅପହରଣ ପଛର ଅସଲ କାରଣ କଣ ତାହା ଏବେବି ସ୍ପଷ୍ଟ କରୁନି ପୁଲିସ । ଅନ୍ୟପଟେ ଏହି ଘଟଣାରେ ଯୁବତୀଙ୍କ ନିରବଦା ଏହି ଘଟଣାର ରହସ୍ୟକୁ ଆହୁରି ବଢାଇ ଦେଇଛି ।

Advertisment

ଭୁବନେଶ୍ୱର ଲୁମ୍ବିନି ବିହାର ନୁଆ ରୋଡରେ ପ୍ରେମିକ ସାମ୍ନାରୁ ପ୍ରେମିକାକୁ ଉଠାଇ ନେବା ଘଟଣାରେ ପୁଲିସକୁ ମିଳିଛି ବଡ ସୁରାକ । ପୁଲିସ ହାତରେ ଲାଗିଲା ଅପହରଣ ହୋଇଥିବା ଗାଡ଼ି । ଗତ ରବିବାର ବିଳମ୍ୱିତ ରାତିରେ ପ୍ରେମିକକୁ ହାଣି, ପ୍ରେମିକାଙ୍କୁ ୪ ଜଣ ଦୁର୍ବୃତ୍ତ ଏକ ଧଳା ରଙ୍ଗର କାରରେ ଅପହରଣ କରି ନେଇଥିଲେ । ଟୋଲ ଗେଟ୍ କ୍ୟାମେରାରେ ଧରା ପଡିବା ଭୟରେ ଭୁବନେଶ୍ୱର ଉପକଣ୍ଠରେ ଗାଡିଟିକୁ ଥୋଇ ଦେଇ ଛୁ ମାରିଥିଲେ । ତେବେ ଗାଡିକୁ ଜବତ କରିବା ପରେ, ଗାଡିର ମାଲିକଙ୍କୁ ଖୋଜା ଚାଲିଛି । ତେବେ ଗାଡି ଭିତରେ ଥିବା ୪ ଦୁର୍ବୁତ ଖସି ଯାଇଥିବା ବେଳେ, ପୁଲିସ ସେମାନଙ୍କୁ ଚିହ୍ନଟ କରି ସାରିଥିବା କହିଛନ୍ତି ପୁଲିସ କମିଶନର ।

ସେପଟେ ରାଜଧାନୀ ଛାତିରୁ ଜଣେ ଯୁବତୀଙ୍କୁ ଉଠାଇ ନେଇଥିବା ଦୁର୍ବୃତ୍ତ ମାନେ କିଏ । କାହା ଇଙ୍ଗିତରେ ଦୁର୍ବୃତ୍ତ ମାନେ ପ୍ରେମିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏବଂ ସେମାନେ ଏବେ କେଉଁଠି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି । ସେପଟେ ଯୁବତୀ ନିଜ ଭାବି ସ୍ୱାମୀଙ୍କ କଟକ ସ୍ଥିତ ଘରକୁ ଫେରିବା ପରେ ମୁହଁ ଖୋଲୁ ନଥିବାରୁ ଏହି ଘଟଣାର ରହସ୍ୟକୁ ଆହୁରି ବଢାଇ ଦେଇଛି ।

ଏଠାରେ ପ୍ରଶ୍ନ ଉଠୁଛି..
-    ଅପହରଣ କରିଥିବା ସେହି ୪ ଦୁର୍ବୁତଙ୍କ ପଛରେ କିଏ? 
-    ଅପହରଣ ପାଇଁ କିଏ ଦେଇଥିଲା ସୁପାରୀ? 
-    ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ହୋଇଥିଲା କି ମାଷ୍ଟର ପ୍ଲାନ? 
-    ଏହା ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାର ନା ୟା ପଛରେ ଆଉ କଣ କାରଣ? 
-    ଯୁବତୀ ଜଣକ ତାଙ୍କ ଭାବି ସ୍ୱାମୀଙ୍କ ପାଖକୁ ଫେରିବା ପରେ ବି ମୁହଁ ଖୋଲୁ ନାହାଁନ୍ତି କାହିଁକି? 
-    ରହସ୍ୟ ହୋଇ ରହିଯିବ କି ସେହି କାଳ ରାତିର କଳା କାହାଣୀ?