କନକ ବ୍ୟୁରୋ : ନାଳରୁ ଉଦ୍ଧାର ହେଲା ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ଗାଁ ନିକଟ ଏକ ନାଳରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଧର୍ମଶାଳା ଥାନା ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା ଗତ ତିନି ତାରିଖରୁ ନିଖୋଜ ଥିବା ନେଇ ଗତକାଲି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ଆଜି ରୁଦ୍ରର ମୃତଦେହ ରଥିଆ ଗାଁ ନିକଟ ଏକ କେନାଲରେ ଭାସୁଥିବା ଦେଖି ପୋଲିସ ଓ ଯୁବକଙ୍କ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରି ତଦନ୍ତ ଆରମ୍ଭ ହୋଇଛି। ତେବେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଯୁବକ ଜଣଙ୍କ ଧର୍ମଶାଳା କୋତପୁର କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଡୁଥିଲେ ।
୩ ଦିନ ହେବ ନିଖୋଜ ଥିଲେ, ଆଜି ନାଳରୁ ମିଳିଲା ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ
ଗତକାଲି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ଆଜି ରୁଦ୍ରର ମୃତଦେହ ରଥିଆ ଗାଁ ନିକଟ ଏକ କେନାଲରେ ଭାସୁଥିବା ଦେଖି ପୋଲିସ ଓ ଯୁବକଙ୍କ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରି ତଦନ୍ତ ଆରମ୍ଭ ହୋଇଛି।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)