କନକ ବ୍ୟୁରୋ: ନିଖୋଜ ଦଶମ ଶ୍ରେଣୀ ଛାତ୍ରୀଙ୍କ ମିଳୁନି ଖୋଜ ଖବର, ୫ମାସ ପରେ ବି ପୋଲିସ୍ର ହାତ ଖାଲି । ପୁରୀ ପିପିଲିରୁ ସାମ୍ନାକୁ ଆସିଛି ନାବାଳିକା ଛାତ୍ରୀ ନିଖୋଜର ଖବର। ଗତ ଫେବୃଆରୀ ମାସରେ ନାବାଳିକା ଛାତ୍ରୀ ଜଣକ ଟିଉସନ ଯାଇ ଆଉ ଘରକୁ ଫେରିନାହାଁନ୍ତି । ବହୁ ଖୋଜାଖୋଜି କରିବା ପରେ ବି ଝିଅର ପତ୍ତା ମିଳିନଥିବା ବେଳେ ଏନେଇ ପିପିଲି ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ ।
ବିକାଶ କୁମାର ବେହେରା ନାମକ ଯୁବକ ଝିଅକୁ ଅପହରଣ କରିନେବା ସହ ଅନୈତିକ କାର୍ଯ୍ୟରେ ଲଗାଇଥିବା ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ତେବେ ଅଭିଯୋଗକୁ ଏଥିମଧ୍ୟରେ ୫ମାସ ପୁରିବାକୁ ବସିଥିବା ବେଳେ ପୋଲିସ ଛାତ୍ରୀ ଜଣଙ୍କ ପତ୍ତା ଲଗାଇପାରୁନାହିଁ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ସହ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ନିଖୋଜ ଛାତ୍ରୀଙ୍କ ପରିବାର ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/01/student-2025-08-01-07-37-29.jpg)