ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ । ହେଲିକପ୍ଟରରୁ କରାଗଲା ମିସାଇଲ ପରୀକ୍ଷା

Advertisment

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା । ଡିଆରଡିଓ ଏବଂ ଭାରତୀୟ ନୌସେନା ପକ୍ଷରୁ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ । ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାରେ ଧୁରନ୍ଧର ଏହି ମିସାଇଲ ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା । ଡିଆରଡିଓ ଏବଂ ଭାରତୀୟ ନୌସେନା ପକ୍ଷରୁ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ । ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାରେ ଧୁରନ୍ଧର ଏହି ମିସାଇଲ ।

helicopter

Photograph: (kanaknews )

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା । ଡିଆରଡିଓ ଏବଂ ଭାରତୀୟ ନୌସେନା ପକ୍ଷରୁ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ । ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାରେ ଧୁରନ୍ଧର ଏହି ମିସାଇଲ । ଭାରତୀୟ ନୌସେନାର ସନ୍ଧାନୀ ହେଲିକପ୍ଟରରୁ ଏହାର ପରୀକ୍ଷା କରଯାଇଥିଲା । ଏହି କ୍ଷେପଣାସ୍ତ୍ର ସି-ସ୍କିମିଂ ମୋଡରେ ଏକ ଛୋଟ ଜାହାଜକୁ ସିଧାସଳଖ ଲକ୍ଷ୍ୟଭେଦ କରିପାରିବ । ଏଥିରେ ସ୍ୱଦେଶୀ ଇମେଜିଙ୍ଗ ଇନଫ୍ରା-ରେଡ୍ ସନ୍ଧାନକାରୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଯାହା ପୁନଃ ଲକ୍ଷ୍ୟଭେଦ ପାଇଁ ପାଇଲଟଙ୍କୁ ଲାଇଭ ଇମେଜ ପଠାଇବ । ଇମରାଟସ୍ଥିତ ଗବେଷଣା କେନ୍ଦ୍ର, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାବରେଟୋରୀ, ହାଇ ଏନର୍ଜି ମ୍ୟାଟେରିଆଲ ରିସର୍ଚ୍ଚ ଲାବରେଟୋରୀ ଏବଂ ଟର୍ମିନାଲ ବାଲାଷ୍ଟିକ ରିସର୍ଚ୍ଚ ଲାବରେଟୋରୀ ଦ୍ବାରା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି । ଏହି ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ସମେତ ଏଥିରେ ଜଡିତ ଅନ୍ୟାନ୍ୟ ସଂସ୍ଥାକୁ ପ୍ରଶଂସା କରିଛନ୍ତି । ସେହିପରି ପ୍ରତିରକ୍ଷା ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ସମୀର ଭି କାମାତ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପାଇଁ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ହେଲିକପ୍ଟରରୁ ମିସାଇଲ ପରୀକ୍ଷା
ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ 
ନୌସେନାର ସନ୍ଧାନୀ ହେଲିକପ୍ଟରରୁ ମିସାଇଲ ପରୀକ୍ଷା
ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାରେ ଧୁରନ୍ଧର
ସ୍ୱଦେଶୀ ଇମେଜିଙ୍ଗ ଇନଫ୍ରା-ରେଡ୍ ଜ୍ଞାନକୌଶଳର ବ୍ୟବହାର
ପୁନଃ ଲକ୍ଷ୍ୟଭେଦ ପାଇଁ ପାଇଲଟଙ୍କୁ ପଠାଇବ ଲାଇଭ ଇମେଜ୍‌
ମିସାଇଲର ଲମ୍ବ ୩.୬ ମିଟର
୧୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ
୫୫ କିଲୋମିଟର ରେଞ୍ଜରେ ଶତ୍ରୁ ଜାହାଜକୁ ଧ୍ବଂସ କରିପାରିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe