କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା । ଡିଆରଡିଓ ଏବଂ ଭାରତୀୟ ନୌସେନା ପକ୍ଷରୁ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ । ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାରେ ଧୁରନ୍ଧର ଏହି ମିସାଇଲ । ଭାରତୀୟ ନୌସେନାର ସନ୍ଧାନୀ ହେଲିକପ୍ଟରରୁ ଏହାର ପରୀକ୍ଷା କରଯାଇଥିଲା । ଏହି କ୍ଷେପଣାସ୍ତ୍ର ସି-ସ୍କିମିଂ ମୋଡରେ ଏକ ଛୋଟ ଜାହାଜକୁ ସିଧାସଳଖ ଲକ୍ଷ୍ୟଭେଦ କରିପାରିବ । ଏଥିରେ ସ୍ୱଦେଶୀ ଇମେଜିଙ୍ଗ ଇନଫ୍ରା-ରେଡ୍ ସନ୍ଧାନକାରୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଯାହା ପୁନଃ ଲକ୍ଷ୍ୟଭେଦ ପାଇଁ ପାଇଲଟଙ୍କୁ ଲାଇଭ ଇମେଜ ପଠାଇବ । ଇମରାଟସ୍ଥିତ ଗବେଷଣା କେନ୍ଦ୍ର, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାବରେଟୋରୀ, ହାଇ ଏନର୍ଜି ମ୍ୟାଟେରିଆଲ ରିସର୍ଚ୍ଚ ଲାବରେଟୋରୀ ଏବଂ ଟର୍ମିନାଲ ବାଲାଷ୍ଟିକ ରିସର୍ଚ୍ଚ ଲାବରେଟୋରୀ ଦ୍ବାରା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି । ଏହି ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ସମେତ ଏଥିରେ ଜଡିତ ଅନ୍ୟାନ୍ୟ ସଂସ୍ଥାକୁ ପ୍ରଶଂସା କରିଛନ୍ତି । ସେହିପରି ପ୍ରତିରକ୍ଷା ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ସମୀର ଭି କାମାତ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପାଇଁ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ହେଲିକପ୍ଟରରୁ ମିସାଇଲ ପରୀକ୍ଷା
ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ
ନୌସେନାର ସନ୍ଧାନୀ ହେଲିକପ୍ଟରରୁ ମିସାଇଲ ପରୀକ୍ଷା
ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାରେ ଧୁରନ୍ଧର
ସ୍ୱଦେଶୀ ଇମେଜିଙ୍ଗ ଇନଫ୍ରା-ରେଡ୍ ଜ୍ଞାନକୌଶଳର ବ୍ୟବହାର
ପୁନଃ ଲକ୍ଷ୍ୟଭେଦ ପାଇଁ ପାଇଲଟଙ୍କୁ ପଠାଇବ ଲାଇଭ ଇମେଜ୍
ମିସାଇଲର ଲମ୍ବ ୩.୬ ମିଟର
୧୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ
୫୫ କିଲୋମିଟର ରେଞ୍ଜରେ ଶତ୍ରୁ ଜାହାଜକୁ ଧ୍ବଂସ କରିପାରିବ