କନକ ବ୍ୟୁରୋ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢିବାରେ ଲାଗିଛି ତିକ୍ତତା । ଦୁଇ ଦେଶ ପରସ୍ପର ମଧ୍ୟରେ ଆକ୍ରମଣ ଜାରି ରଖିଛନ୍ତି । ଇରାନ କହିଛି ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠୁ ୪୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହାରି ମଧ୍ୟରେ ଇରାନରୁ ଲୋକଙ୍କ ବାହାର କରିବା ଜାରି ରହିଛି । ଅପରେସନ ସିନ୍ଧୁ ମାଧ୍ୟମରେ ୩୧୦ ଭାରତୀୟ ନାଗରୀକଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛି । ସେପଟେ ଇସ୍ରାଏଲ ସହ ଯୁଦ୍ଧରେ ଇରାନକୁ ଲଗାତାର ଋଷର ସମର୍ଥନ ମିଳୁଛି ।
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକର ଦେଇ କହିଛନ୍ତି ରୁଷ ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ବିକଶିତ କରିବାରେ ଇରାନକୁ ସମର୍ଥନ କରିବାକୁ ପ୍ରସ୍ତୁତ। ଇରାନ ବୈଦେଶୀକ ମନ୍ତ୍ରୀ ଅବ୍ବାସ ଅରାଘଚୀ ସୋମବାର ଦିନ ପୁଟିନ୍ଙ୍କୁ ସାକ୍ଷାତ କରିବାକୁ ମସ୍କୋ ଯାମଜଇପାରନ୍ତି । ଆରାଘଚି କହିଛନ୍ତି ଯେ ଯଦି ଆମେରିକା ସକ୍ରିୟ ଭାବରେ ଇସ୍ରାଏଲ ସହିତ ଯୁଦ୍ଧରେ ସାମିଲ ହୁଏ, ତେବେ ଏହା 'ସମସ୍ତଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ' ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/21/war-2025-06-21-20-58-22.jpg)