ଶକ୍ତି ଦେଖାଇଲା ’ଆକାଶ’ ; ଗୋପାଳପୁରରେ ସଫଳ ହେଲା ପରୀକ୍ଷଣ

ସ୍ବଦେଶୀ ମିଶାଇଲ ଆକାଶର ଶକ୍ତି ପ୍ରଦର୍ଶନ । ଓଡ଼ିଶାର ଗୋପାଳପୁରରେ ସଫଳ ପରୀକ୍ଷଣ । ଉଭୟ ଦିନ ଓ ରାତିରେ ଶତ୍ରୁ ଉପରେ କରିପାରିବ ଆକ୍ରମଣ । ଯୁଦ୍ଧ ବିମାନ, ଡ୍ରୋନ ଓ କ୍ରୁଜ୍‌ ମିସାଇଲକୁ ଧ୍ବଂସ କରିବାରେ ଧୁରନ୍ଧର ।

Akash_NG_being_flight_tested_(cropped)

Akash_NG_being_flight_tested_(cropped) Photograph: (kanakNews)

କନକ ବ୍ୟୁରୋ: ନୂଆ ପୀଢ଼ିର ଆକାଶ କ୍ଷେପଣାସ୍ତ୍ର ‘ଆକାଶ’ ର ପରୀକ୍ଷଣ ସୋମବାର ସଫଳ ହୋଇଛି। ଓଡ଼ିଶା ଉପକୂଳରେ ଗୋପାଳପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଛି। ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ୍ କରିପାରୁଛି । ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା।  ଦିନ ଓ ରାତି ଯେକୌଣସି ସମୟରେ ଟାର୍ଗେଟକୁ ଭେଦ କରିବାରେ କ୍ଷମତା ରଖିଛି ଆକାଶ ମିସାଇଲ। ସ୍ଥଳଭାଗରୁ ଆକାଶ ମାର୍ଗକୁ ଆକ୍ରମଣ କରିପାରେ ଆକାଶ ମିସାଇଲ୍ । 

ଓଡ଼ିଶାରେ ଗର୍ଜିଲା ‘ଆକାଶ’
ଓଡ଼ିଶାରୁ ଘାତକ ଆକାଶ ମିଜାଇଲ ସଫଳ ପରୀକ୍ଷଣ
ଭାରତୀୟ ସେନା ପକ୍ଷରୁ ଗୋପାଳପୁର ସମୂଦ୍ରକୂଳରେ ପରୀକ୍ଷା
ସେନାର ଚେତକ କର୍ପସ୍ ଦ୍ବାରା କରାଯାଇଛି ପରୀକ୍ଷା
ଯେକୌଣସି ଟାର୍ଗେଟକୁ ଧ୍ବଂସ କରିବାରେ କ୍ଷମତା ରଖିଛି ଆକାଶ
ଉଭୟ ଦିନ ଓ ରାତି ସମୟରେ କରିପାରିବ ଲକ୍ଷ୍ୟ ଭେଦ
ସ୍ଥଳ ଭାଗରୁ ଆକାଶ ମାର୍ଗକୁ କ୍ଷିପ୍ର ବେଗରେ କରିପାରେ ଗତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe