ମଣ୍ଡି ଅବ୍ୟବସ୍ଥାକୁ ମାନୁନାହାନ୍ତି ସରକାର । ମିଳିନି ଟୋକନ, ମଣ୍ଡିରୁ ଫେରୁଛନ୍ତି ଚାଷୀ ।

Advertisment

୨୦ ତାରିଖରୁ ଆରମ୍ଭ ହେଲାଣି ଖରିଫ୍ ଋତୁ ପାଇଁ ଧାନ କିଣାବିକା ପ୍ରକ୍ରିୟା, ୩ଦିନ ପରେ ବି ରାଜ୍ୟର ବିଭିନ୍ନ ମଣ୍ଡିରୁ ଆସୁଛି ଅବ୍ୟବସ୍ଥାର ଚିତ୍ର । ଧାନ ଅମଳ କରିନଥିବା ଚାଷୀ ଟୋକନ ପାଇସାରିଥିବା ବେଳେ ଅମଳ କରିଥିବା ଚାଷୀଙ୍କୁ ଟୋକନ ମିଳିନାହିଁ । 

୨୦ ତାରିଖରୁ ଆରମ୍ଭ ହେଲାଣି ଖରିଫ୍ ଋତୁ ପାଇଁ ଧାନ କିଣାବିକା ପ୍ରକ୍ରିୟା, ୩ଦିନ ପରେ ବି ରାଜ୍ୟର ବିଭିନ୍ନ ମଣ୍ଡିରୁ ଆସୁଛି ଅବ୍ୟବସ୍ଥାର ଚିତ୍ର । ଧାନ ଅମଳ କରିନଥିବା ଚାଷୀ ଟୋକନ ପାଇସାରିଥିବା ବେଳେ ଅମଳ କରିଥିବା ଚାଷୀଙ୍କୁ ଟୋକନ ମିଳିନାହିଁ । 

vlcsnap-2024-11-23-22h20m48s865

କନକ ବ୍ୟୁରୋ: ୩ ଦିନ ହେଲାଣି ଖରିଫ ଋତୁର ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ରାଜ୍ୟର ବିଭିନ୍ନ ମଣ୍ଡିରୁ ଆସୁଛି ଅବ୍ୟବସ୍ଥାର ଚିତ୍ର। ବରଗଡ଼ର ବିଭିନ୍ନ ମଣ୍ଡିରେ ଟୋକନ ମିଳୁନାହିଁ ବୋଲି ଚାଷୀମାନେ ଫେରିଆସି ରାସ୍ତା ଉପରେ ଅମଳ ଧାନ ସାଇତି ରଖୁଥିବା ଦେଖିବାକୁ ମିଳିଛି। ସେପଟେ ଅବ୍ୟବସ୍ଥା ନେଇ ଯୋଗାଣ ସମିତି କର୍ମଚାରୀଙ୍କ ସମେତ ମିଲର ମାନଙ୍କୁ ବିଭାଗୀୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । 


୨୦ ତାରିଖରୁ ଆରମ୍ଭ ହେଲାଣି ଖରିଫ୍ ଋତୁ ପାଇଁ ଧାନ କିଣାବିକା ପ୍ରକ୍ରିୟା, ୩ଦିନ ପରେ ବି ରାଜ୍ୟର ବିଭିନ୍ନ ମଣ୍ଡିରୁ ଆସୁଛି ଅବ୍ୟବସ୍ଥାର ଚିତ୍ର । ଧାନ ଅମଳ କରିନଥିବା ଚାଷୀ ଟୋକନ ପାଇସାରିଥିବା ବେଳେ ଅମଳ କରିଥିବା ଚାଷୀଙ୍କୁ ଟୋକନ ମିଳିନାହିଁ । ଫଳରେ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଚାଷୀ ମାନେ ହତାଶ ହୋଇ ଫେରିଆସୁଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ହେବାର ଆଶଙ୍କା ରହିଛି, ଖଳା ନଥିବା କାରଣରୁ ଚାଷୀ ମାନେ ରାସ୍ତା ଉପରେ ଅମଳ ଧାନକୁ ସାଇତି ରଖୁଛନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ଦଲାଲଙ୍କ ହାତରେ ଶାଗମାଛ ଦରରେ ଧାନ ବିକ୍ରି କରିଦେବାର ଆଶଙ୍କା ରହିଛି। 

ଯୋଗାଣ ସମିତି କର୍ମଚାରୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ
ମଣ୍ଡି ବୁଲି ସମସ୍ୟା ଦେଖିଲେ ରାଜସ୍ବ ମନ୍ତ୍ରୀ

ଯୋଗାଣ ସମିତି କର୍ମଚାରୀଙ୍କୁ ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର ଚେତାବନୀ ଦେଇଛନ୍ତି। ଏବେ ବି ଧାନର ଅଭାବି ବିକ୍ରି ହେଉଛି, ଧାନ କିଣାଯିବା ଯାଏ ଚାଷୀ ମାନେ ଅପେକ୍ଷା ନକରି ମିଡ଼ିଲ୍ ମ୍ୟାନଙ୍କ ପାଖରେ ପହଁଚିଯାଉଛନ୍ତି। ଏହାକୁ ରୋକିବାକୁ ଯୋଗାଣ ସମିତିର କର୍ମଚାରୀଙ୍କୁ ମଣ୍ଡିର ଦାୟିତ୍ବ ନେବାକୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ। ସେପଟେ ସମ୍ବଲପୁରରେ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ମଣ୍ଡି ବୁଲି ଦେଖିଛନ୍ତି ରାଜସ୍ବ ମନ୍ତ୍ରୀ । ଗୋଟିଏ ପଟେ ସରକାର ଧାନ କିଣାରେ ସ୍ବଛତା ଉପରେ ଗୁରୁତ୍ବ ଦେଉଥିବା ବେଳେ ଅନେକ ସ୍ଥାନରେ ମଣ୍ଡି ଅବ୍ୟବସ୍ଥାର ଚିତ୍ର ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe