ନବୀନଙ୍କ ଗସ୍ତ ବେଳେ ଅବ୍ୟବସ୍ଥା । ବାରିକେଡ୍ ଭାଙ୍ଗି ପଶିଆସିଲେ ଲୋକେ ।

Advertisment

ନବୀନଙ୍କ ଗସ୍ତ ବେଳେ ଅବ୍ୟବସ୍ଥା । ସତ୍ୟବାଦୀରେ ନବୀନଙ୍କ ଗସ୍ତ ବେଳେ ଅବ୍ୟସ୍ଥା ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗି ପଶିଆସିଲେ ଲୋକେ । ନବୀନଙ୍କ ହେଲିକପ୍ଟର  ଉଡାଣରେ ବିଳମ୍ୱ ଘଡିଥିଲା ।

ନବୀନଙ୍କ ଗସ୍ତ ବେଳେ ଅବ୍ୟବସ୍ଥା । ସତ୍ୟବାଦୀରେ ନବୀନଙ୍କ ଗସ୍ତ ବେଳେ ଅବ୍ୟସ୍ଥା ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗି ପଶିଆସିଲେ ଲୋକେ । ନବୀନଙ୍କ ହେଲିକପ୍ଟର  ଉଡାଣରେ ବିଳମ୍ୱ ଘଡିଥିଲା ।

naveen 1

naveen 1 Photograph: (kanaknews)

କନକ ବ୍ୟୁରୋ :  ନବୀନଙ୍କ ଗସ୍ତ ବେଳେ ଅବ୍ୟବସ୍ଥା । ସତ୍ୟବାଦୀରେ ନବୀନଙ୍କ ଗସ୍ତ ବେଳେ ଅବ୍ୟସ୍ଥା ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗି ପଶିଆସିଲେ ଲୋକେ । ନବୀନଙ୍କ ହେଲିକପ୍ଟର  ଉଡାଣରେ ବିଳମ୍ୱ ଘଡିଥିଲା । ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ନାକେଦମ୍ ହୋଇଛନ୍ତି । 

ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ହୋଇଥିବା ବେଳେ, ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ଓ ସ୍ଥିତି ସମୀକ୍ଷା ପାଇଁ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରି ଚାଷୀଙ୍କ ଦୁଃଖ ପଚାରି ବୁଝିଥିଲେ । ନବୀନଙ୍କୁ ସମସ୍ୟା ଜଣାଇବା ପାଇଁ ହଜାର ହଜାର ଲୋକ ଧାଇଁ ଆସିଥିଲେ । ହାତରେ ଗଜା ହୋଇଯାଇଥିବା ଧାନ ଗଛକୁ ଧରି ନବୀନଙ୍କୁ ଦେଖାଇ କ୍ଷୟକ୍ଷତି ବାବଦରେ ଜଣାଇଥିଲେ । ଆଉ ଆଜି ସତ୍ୟବାଦୀ ଗସ୍ତ ବେଳେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆଜି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe