ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ ; ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଘଟିଛି ବଡ ଧରଣର ଦୁର୍ଘଟଣା । କୋଲହପର ଭୁଶୁଡି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ।

Dalmia cement plant

Dalmia cement plant Photograph: (KanakNews)

କନକ ବ୍ୟୁରୋ: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଘଟିଛି ବଡ ଧରଣର ଦୁର୍ଘଟଣା । କୋଲହପର ଭୁଶୁଡି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ହପର ଦାୟିତ୍ବରେ ଥିଲେ ୧୨ଜଣ ଦାୟିତ୍ବ । ଦୁର୍ଘଟଣା ପରେ ଶ୍ରମିକଙ୍କ ଫୋନରେ ହୋଇପାରୁନି ଯୋଗାଯୋଗ । ଫଳରେ ପ୍ଲାଣ୍ଟ ବାହାରେ ଜଗିରହିଥିବା ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ତେବେ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। 

ସନ୍ଧ୍ୟା ପାଖାପାଖି ୫ଟା ସମୟରେ ପ୍ଲାଣ୍ଟରୁ କରେଣ୍ଟ କଟିଯାଇଥିଲା । ଅନ୍ୟ ଶ୍ରମିକମାନେ ଏନେଇ ତନାଘନା ଆରମ୍ଭ କରିଥିଲେ । ହପରରେ ଗଚ୍ଛିତ କୋଇଲା ଧସିବାରୁ ବଡ ଧରଣର ଶବ୍ଦ ହୋଇଥିଲା । ଏଥିରୁ ଜଣାପଡିଲା ସେଠାରେ ବଡ ଧରଣର ଦୁର୍ଘଟଣା ହୋଇଛି  ଏବଂ ତା’ ତଳେ ଶ୍ରମିକମାନେ ଚାପି ହୋଇ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe