କନକ ବ୍ୟୁରୋ: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଘଟିଛି ବଡ ଧରଣର ଦୁର୍ଘଟଣା । କୋଲହପର ଭୁଶୁଡି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ହପର ଦାୟିତ୍ବରେ ଥିଲେ ୧୨ଜଣ ଦାୟିତ୍ବ । ଦୁର୍ଘଟଣା ପରେ ଶ୍ରମିକଙ୍କ ଫୋନରେ ହୋଇପାରୁନି ଯୋଗାଯୋଗ । ଫଳରେ ପ୍ଲାଣ୍ଟ ବାହାରେ ଜଗିରହିଥିବା ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ତେବେ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି।
ସନ୍ଧ୍ୟା ପାଖାପାଖି ୫ଟା ସମୟରେ ପ୍ଲାଣ୍ଟରୁ କରେଣ୍ଟ କଟିଯାଇଥିଲା । ଅନ୍ୟ ଶ୍ରମିକମାନେ ଏନେଇ ତନାଘନା ଆରମ୍ଭ କରିଥିଲେ । ହପରରେ ଗଚ୍ଛିତ କୋଇଲା ଧସିବାରୁ ବଡ ଧରଣର ଶବ୍ଦ ହୋଇଥିଲା । ଏଥିରୁ ଜଣାପଡିଲା ସେଠାରେ ବଡ ଧରଣର ଦୁର୍ଘଟଣା ହୋଇଛି ଏବଂ ତା’ ତଳେ ଶ୍ରମିକମାନେ ଚାପି ହୋଇ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/16/P4pHCLPtGk0MleUPaADL.jpg)