ଅଳ୍ପକେ ବର୍ତ୍ତିଗଲେ କୁନିକୁନି ପିଲା ; ଛିଡିପଡିଲା ଅଙ୍ଗନବାଡି କେନ୍ଦ୍ରର ତାଜା

କେନ୍ଦୁଝର ନରସିଂହପୁର ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ । ପିଲା ପଢୁଥିବା ବେଳେ ଭୁଶୁଡ଼ି ପଡିଲା ବିପଦ ସଙ୍କୁଳ ଅଙ୍ଗନୱାଡି କେନ୍ଦ୍ରର ତାଜା। ସୌଭାଗ୍ୟକୁ ବର୍ତ୍ତିଗଲେ କୁନି କୁନି ପିଲା। ବାରମ୍ୱାର ଅଭିଯୋଗ ସତ୍ୱେ ହେଉନି ନୂତନ ଗୃହ, ବଡ ଅଘଟଣକୁ ଅପେକ୍ଷା କରିଛି କି ପ୍ରଶାସନ ।  

anganwadi center

anganwadi center Photograph: (kanakNews)

କନକ ବ୍ୟୁରୋ: ଖସିଲା ଅଙ୍ଗନୱାଡି ତାଜା, ବର୍ତ୍ତିଲେ କୋମଳମତି ଶିଶୁ । କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ ନରସିଂହପୁର ଅଙ୍ଗନୱାଡିରେ ଏଭଳି ଘଟଣା ସାମ୍ନାକୁ ଆସିଛି । ତାଜା ଭାଙ୍ଗି ବଡ଼ ବଡ଼ ସିମେଣ୍ଟ ଖଣ୍ଡ ତଳେ ଖସି ପଡିଛି । ଆଜି ସକାଳ ସାଢେ ୯ଟା ବେଳେ ସଫା ସୁତୁରା କରୁଥିବାବେଳେ ତାଜା ଖସିପଡିଥିଲା । ସୌଭାଗ୍ୟର କଥା ସେତେବେଳେ ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରର ମମତା ଗୃହରେ  ଥିବାରୁ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତି ଯାଇଥିଲେ । ୧୯୯୯ ମସିହା ଠାରୁ ଅଙ୍ଗନୱାଡି ନିର୍ମାଣ ହୋଇଛି । ଆଜକୁ ୨୫ବର୍ଷ ହେଲାଣି ଘର ଚଟାଣ ଭାଙ୍ଗି ରୁଜି ଯାଇଥିବା ବେଳେ ଛାତ ଏବଂ ତାଜା କାନ୍ଥ ଭାଙ୍ଗି ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିଲା । ଏନେଇ ଅଙ୍ଗନୱାଡି କର୍ମୀ ଶକୁନ୍ତଳା ମୁଣ୍ଡା କହିଛନ୍ତି ନୂଆ ଘର ନିର୍ମାଣ ପାଇଁ ସଦର ବିଡିଓଙ୍କୁ କହିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe