କଟକ ଖାନନଗର ନିକଟ ବ୍ରିଜ୍ ନିର୍ମାଣରେ ଅଘଟଣ । ବ୍ରିଜ୍ ସ୍ଲାବ ଖସି ୩ ମୃତ ୨ ଶ୍ରମିକ ଗୁରୁତର ।

କଟକ ଖାନନଗର ନିକଟ କାଠଯୋଡି ନଦୀରେ ଚାଲୁଥିବା ବ୍ରିଜ୍ ନିର୍ମାଣରେ ହୋଇଛି ବଡ ଅଘଟଣ । ବ୍ରିଜ୍ ସ୍ଲାବ ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି ।

bridge mishap cuttack

bridge mishap cuttack Photograph: (KanakNews)

କନକ ବ୍ୟୁରୋ: କଟକ ଖାନନଗର ନିକଟ କାଠଯୋଡି ନଦୀରେ ଚାଲୁଥିବା ବ୍ରିଜ୍ ନିର୍ମାଣରେ ହୋଇଛି ବଡ ଅଘଟଣ । ବ୍ରିଜ୍ ସ୍ଲାବ ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ମୃତକମାନେ ହେଲେ ସୌମ୍ୟରଞ୍ଜନ ବେହେରା, ରବିଶଙ୍କର ପଟ୍ଟନାୟକ, ଓ ସୁବାସଚନ୍ଦ୍ର ଭକ୍ତ । ଏସସିବିରେ ଚାଲିଛି ୨ ଗୁରୁତରଙ୍କ ଚିକିତ୍ସା । 

ଏତେ ବଡ ଘଟଣା ଘଟିଗଲା,  ହେଲେ କାମ କରୁଥିବା ଠିକା ସଂସ୍ଥା ପକ୍ଷରୁ କେହି ବି ପୁଲିସକୁ ଖବର ଦେଇନଥିଲେ । ବରଂ ଗଣମାଧ୍ୟମରୁ ଖବର ଦେଖିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା  ଏବଂ ମୃତକଙ୍କୁ  ସ୍ଲାବ ତଳୁ ବାହାର କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା । ତେବେ ବ୍ରିଜ ନିର୍ମାଣ କାମରେ ଅବହେଳା ହୋଇଥିବା କହିଛନ୍ତି କଟକ ମେୟର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe