କନକ ବ୍ୟୁରୋ : ଗଣେଷ ମୁର୍ତ୍ତି ଭସାଣୀ ବେଳେ ଅଘଟଣ । ମୟୂରଭଞ୍ଜ ଭଞ୍ଜପୁର ଥାନା ଲକ୍ଷ୍ମୀପୋଷିରେ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ଏବେ ବି ନିଖୋଜ ଅଛନ୍ତି । ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଣୀ ବେଳେ ଅଘଟଣ ଘଟିଛି ।
ସୂଚନା ମୁତାବକ ଆଜି ସକାଳେ ଗଣେଶ ମୁର୍ତ୍ତି ଭସାଣ ବେଳେ ସ୍ଥାନୀୟ ଅଞ୍ଚଳର ଏକ ମେସରୁ ୪ଜଣ ଛାତ୍ର ଯାଇଥିବା ବେଳେ କେନାଲରେ ଅଧିକ ପାଣି ଥିବାରୁ ଭାସି ଯାଇଥିଲେ । ତେବେ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଜଣ ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/w1rBz1IETVXV0nk8zZAn.jpg)