କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ମାମୁଁଙ୍କୁ ୨୦ ବର୍ଷ କାରାଦଣ୍ଡ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ୨୦ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଆଡ଼ ହକ ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ। ଚଳିତବର୍ଷ ଜୁନ ମାସରେ ଅଳକୁଣ୍ଡ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ସମ୍ପର୍କୀୟ ମାମୁଁ ଗୟାଧର ଜେନା । ଏନେଇ ପୀଡିତାର ଭଉଣୀଙ୍କ ଅଭିଯୋଗ କ୍ରମେ ୯ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଜ। ଏଥିସହ ପୀଡ଼ିତାକୁ ଆଇନ ସେବା ପ୍ରାଧିକାରଣ ପକ୍ଷରୁ ୭ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।
ନାବାଳିକା ଦୁଷ୍କର୍ମ ଅଭିଯୋଗ । ସମ୍ପର୍କୀୟ ମାମୁଁଙ୍କୁ ୨୦ ବର୍ଷ କାରାଦଣ୍ଡ ।
ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ମାମୁଁଙ୍କୁ ୨୦ ବର୍ଷ କାରାଦଣ୍ଡ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ
/kanak/media/media_files/2024/11/07/1jAeRpQFQlo8PNNLKKiw.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)