ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ; ମଦ କାଉଣ୍ଟର ବିବାଦକୁ ନେଇ ୩ ଜଣଙ୍କୁ ଆକ୍ରମଣ

ବାଲେଶ୍ୱର ବାହାନଗା ବଜାର ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ମଦ କାଉଣ୍ଟର ବିବାଦକୁ ନେଇ ତିନି ଜଣଙ୍କୁ ରାଜ ରାସ୍ତାରେ ଆକ୍ରମଣ । ଆଇନ ଶୃଙ୍ଖଳା ସ୍ଥିତି ନେଇ ଉଠିଲା ପ୍ରଶ୍ନ ।

7ୀ

କନକ ବ୍ୟୁରୋ: ରାତିରେ ବ୍ୟସ୍ତବହୁଳ ଛକରେ ଖଣ୍ଡା ବୁଲାଇ ଦୁର୍ବୃତ୍ତଙ୍କ ଆତଙ୍କରାଜ । ମଦ କାଉଣ୍ଟର ବିବାଦକୁ ନେଇ ତିନି ଜଣଙ୍କୁ ରାସ୍ତାରେ ଗୋଡାଇ ଗୋଡ଼ାଇ ବିଭତ୍ସ ଭାବେ ହାଣିଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଛକରେ ଦେଖିବାକୁ ମିଳିଛି ଆତଙ୍କରାଜ । ତେଲେଙ୍ଗା କଟୁରୀ ଧରି ଗୋଟିଏ ଗୋଷ୍ଠୀର ଦୁଇ ଜଣ ଯୁବକ ଅନ୍ୟ ଗୋଷ୍ଠୀର ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଏହାପରେ ଏକ କାରକୁ କଟୁରୀରେ ହାଣୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯୁବକଙ୍କ ହାତରେ ଖଣ୍ଡା ଓ କଟୁରୀ ଥିବାରୁ ଭୟରେ କେହି ପାଖକୁ ପଶିପାରିନାହାନ୍ତି । ଏହାର ସୁଯୋଗରେ ଦୁବୃର୍ତ୍ତମାନେ ଖଣ୍ଡା ବୁଲାଇ ବାହାନଗା ବଜାର ଛକରେ ଆତଙ୍କ ଖେଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe