କନକ ବ୍ୟୁରୋ: ଘରୋଇ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଚୋରି ସହ ନିଆଁ ଲଗାଇଲେ ଦୁର୍ବୃତ୍ତ । ଜୀବନରେ ମାରିଦେବାକୁ ବି ଧମକ ଦେଲେ ଦୁର୍ବୃତ୍ତ । ଗଞ୍ଜାମ ଛତ୍ରପୁର ଥାନା ଅଧୀନ ପୁରୁଣା ପୁଲିସ ଲାଇନରେ ଥିବା ଏକ ଘରୋଇ କମ୍ୟୁଟର ଶିକ୍ଷାନୁଷ୍ଠାନରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଚୋରି କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଏହାସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛି ।
ପୁରୁଣା ପୁଲିସ ଲାଇନ ସ୍ଥିତ ଏକ ଘରୋଇ କମ୍ପ୍ୟୁଟର ଅନୁଷ୍ଠାନରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ପଶି କମ୍ପ୍ୟୁଟର, ଏସି ସମେତ ବହୁ ଆସବାବ ପତ୍ରରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ହାର୍ଡ ଡିସ୍କ ଭଳି କିଛି ଜିନିଷ ଚୋରି କରିନେଇଛନ୍ତି । ସେପଟେ କମ୍ପ୍ୟୁଟର ସେଣ୍ଟରର କବାଟରେ ଧମକପୂର୍ଣ୍ଣ ମ୍ୟାସେଜ ଦିଆଯାଇ ଲେଖାଯାଇଛି, କେବଳ ତୋ ପାଇଁ ଆସିଛି, ଏତେ ସହଜରେ ମାରିବି ନାହିଁ, ନିର୍ଯାତନା ଦେଇ ମାରିବି ବୋଲି କବାଟରେ ଲେଖି ଧମକ ଦେଇଛନ୍ତି ଦୁର୍ବୃତ୍ତ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅନ୍ୟପଟେ ଛତ୍ରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି । ତେବେ କିଏ ଏପରି କାଣ୍ଡ ଘଟାଇଛି ଏବଂ କାହିଁକି ଏପରି କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/16/4-2025-09-16-08-56-20.jpg)