ମା’ଙ୍କୁ ବି ଛାଡିଲେନି! ମଣ୍ଡପରେ ପଶି ମା’ ଦୁର୍ଗାଙ୍କ ଗହଣା ଲୁଟିନେଲେ ଦୁର୍ବୃତ୍ତ

ପାର୍ବଣରେ ମା' ଦୁର୍ଗାଙ୍କୁ ବି ଛାଡ଼ିଲେନି ଦୃର୍ବୁତ୍ତ । ମଣ୍ଡପରେ ପଶି ମା ଦୂର୍ଗାଙ୍କ ସମେତ ପାର୍ଶ୍ଵ ଦେବା ଦେବୀଙ୍କ ସୁନା,ରୂପା ଗହଣା କଲେ ଲୁଟ୍ । ଯାଜପୁର ଜିଲ୍ଲା ବରୁଣ୍ଡେଇ ଗାଁରେ ଚାଞ୍ଚଲ୍ୟ ।

maa00

କନକ ବ୍ୟୁରୋ: ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ମଣ୍ଡପରେ ପଶି ମା’ ଦୂର୍ଗାଙ୍କ ସମେତ ପାର୍ଶ୍ଵ ଦେବାଦେବୀଙ୍କ ସୁନା, ରୂପା ଗହଣା ଲୁଟି ନେଇ ଫେରାର ହୋଇଗଲେ ।  ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମର ବଙ୍ଗାଳୀ ସାହିରେ ଥିବା ଦୁର୍ଗା ମଣ୍ଡପରେ ରାତି ଅଧରେ ପଶି ଦୃର୍ବୁତ୍ତ କଳା କନା ବୁଲାଇଛନ୍ତି । 

ମା’ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ମାନଙ୍କୁ ପିନ୍ଧାଯାଇଥିବା ପାଖା ପାଖି ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଓ ରୂପା ଗହଣାକୁ ଲୁଟି ନେଇଛନ୍ତି । ଏନେଇ କୋରେଇ ଥାନାରେ ଅଭିଯୋଗ କରାଯାଇଛି । ପୂଜାମଣ୍ଡପରେ ପଶି ଲୁଟାପଟା ପରେ ଲୁଟେରା ଫେରାର ହୋଇଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାର୍ବଣ ସମୟରେ ପୂଜା ପାଉଥିବା ସ୍ଥାନ ଗୁଡିକରେ ପୋଲିସର ଚେକିଂ ଓ ପାଟ୍ରୋଲିଙ୍ଗ୍ କଡ଼ା କଡ଼ି ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe