କନକ ବ୍ୟୁରୋ: ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ମଣ୍ଡପରେ ପଶି ମା’ ଦୂର୍ଗାଙ୍କ ସମେତ ପାର୍ଶ୍ଵ ଦେବାଦେବୀଙ୍କ ସୁନା, ରୂପା ଗହଣା ଲୁଟି ନେଇ ଫେରାର ହୋଇଗଲେ ।  ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମର ବଙ୍ଗାଳୀ ସାହିରେ ଥିବା ଦୁର୍ଗା ମଣ୍ଡପରେ ରାତି ଅଧରେ ପଶି ଦୃର୍ବୁତ୍ତ କଳା କନା ବୁଲାଇଛନ୍ତି । 

Advertisment

ମା’ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ମାନଙ୍କୁ ପିନ୍ଧାଯାଇଥିବା ପାଖା ପାଖି ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଓ ରୂପା ଗହଣାକୁ ଲୁଟି ନେଇଛନ୍ତି । ଏନେଇ କୋରେଇ ଥାନାରେ ଅଭିଯୋଗ କରାଯାଇଛି । ପୂଜାମଣ୍ଡପରେ ପଶି ଲୁଟାପଟା ପରେ ଲୁଟେରା ଫେରାର ହୋଇଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାର୍ବଣ ସମୟରେ ପୂଜା ପାଉଥିବା ସ୍ଥାନ ଗୁଡିକରେ ପୋଲିସର ଚେକିଂ ଓ ପାଟ୍ରୋଲିଙ୍ଗ୍ କଡ଼ା କଡ଼ି ହେଉଛି ।