କନକ ବ୍ୟୁରୋ : କୋରାପୁଟ୍ ଲମତାପୁଟରେ ସ୍ୱାମୀକୁ ବାନ୍ଧୀ, ସ୍ତ୍ରୀକୁ ହତ୍ୟା ଘଟଣାରେ ନୂଆ ମୋଡ଼ । ଆକ୍ରମଣ ପରେ ମହେନ୍ଦ୍ରଙ୍କ ସ୍ତ୍ରୀ ସାବିତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ଜଣେ ବୃଦ୍ଧ ସେହି ସମୟର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି । ପାଖ ଦୋକାନରୁ ରଶି କିଣି ଆଣି ମହେନ୍ଦ୍ରଙ୍କୁ ବାନ୍ଧିଥିଲେ ଦୁର୍ବୃତ୍ତ । ପରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିଥିଲେ । ଆଉ ସାବିତ୍ରୀଙ୍କୁ ପିଟି ପିଟି ମାରିଦେଲେ ।
କେବଳ ସେତିକି ନୁହେଁ ସାବିତ୍ରୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ବି ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମହେନ୍ଦ୍ର ଓ ସାବିତ୍ରୀଙ୍କ ୮ମାସ ତଳେ ହୋଇଥିଲା ବିବାହ । ଗତକାଲି ରାତି ପ୍ରାୟ ୮ଟା ସମୟରେ କାମ ସାରି ଫେରୁଥିବାବେଳେ ଲମତାପୁଟ ବ୍ଲକ କୁମ୍ଭାରଗନ୍ଧନା ପଂଚାୟତର ହଣ୍ଡାଲତୋଟା ନିକଟରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ସ୍ୱାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ଆଧାର କାମ ସାରି ଘରକୁ ଫେରୁଥିବାବେଳେ ବାଟରେ ୪ ଜଣ ଦୁର୍ବୃତ୍ତଙ୍କ ହାବୁଡରେ ପଡ଼ିଯାଇଥିଲେ ।
ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇବା ପରେ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ପ୍ରବଳ ମାଡ଼ ମାରିବା ପରେ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏହା ପରେ ସ୍ତ୍ରୀକୁ ମଧ୍ୟ ମାରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ପ୍ରବଳ ମାଡ଼ରେ ସାବିତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ସୁନା ଗହଣା ଆଦି ଲୁଟି ନେଇଛନ୍ତି ।