କନକ ବ୍ୟୁରୋ:  ରାଜଧାନୀରେ ଦିନ ଦ୍ବିପ୍ରହରରେ ଲୁଟ୍ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବାବେଳେ ଭାଇଭଉଣୀଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ସାଢ଼େ ୩ ଲକ୍ଷ ଟଙ୍କା ନେଇ ଫେରିବା ବେଳେ ଝାମ୍ପି ନେଲେ ଟଙ୍କା । ଚନ୍ଦ୍ରଶେଖରପୁର ଫେଜ୍-୧ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ଭାଇ ଭଉଣୀ । ଆଉ ସେମାନଙ୍କୁ କଳା ରଙ୍ଗର ପଲସର ବାଇକ୍‌ରେ ପିଛା କରି କରି ଆସି ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ । ଘର ତିଆରି ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପି ନେଲେ ।