ଲୁଟିନେଲେ ମା’ଙ୍କ ଅଳଙ୍କାର; ମା’ଙ୍କ ସୁନା ଚିତା ସହ ବିଭିନ୍ନ ରୁପା ଅଳଙ୍କାର ଚୋରି

ବାଲେଶ୍ୱର ସିମୁଳିଆ ଥାନା ସାନ ମଇତାପୁରରେ ଥିବା ମା’ ତାରିଣୀ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ ମାନେ ଚୋରି କରିଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Loot in temple

କନକ ବ୍ୟୁରୋ : ଲୁଟିନେଲେ ମା’ଙ୍କ ଅଳଙ୍କାର । ବାଲେଶ୍ୱର ସିମୁଳିଆ ଥାନା ସାନ ମଇତାପୁରରେ ଥିବା ମା’ ତାରିଣୀ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ ମାନେ ଚୋରି କରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ମନ୍ଦିର ପୂଜକ ଆସିବା ପରେ ମନ୍ଦିରରେ ଲାଗିଥିବା ତାଲା ତଳେ ପଡିଥିବା ସହ ମନ୍ଦିରରେ ଲାଗିଥିବା ଘଣ୍ଟା ବି ନଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ଗାଁଲୋକ ଓ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।

ନବରାତ୍ରୀ ପୂଜା ଚାଲିଥିବାରୁ ମା’ଙ୍କୁ ସଜା ଯାଉଛି । ତେବେ ପୂଜକଙ୍କ କହିବା ଅନୁଯାୟୀ ମା’ ତାରିଣୀଙ୍କର ସୁନା ଚିତା, ବିଭିନ୍ନ ରୂପା ଅଳଙ୍କାର ଚୋରୀ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe