କନକ ବ୍ୟୁରୋ : ଲୁଟିନେଲେ ମା’ଙ୍କ ଅଳଙ୍କାର । ବାଲେଶ୍ୱର ସିମୁଳିଆ ଥାନା ସାନ ମଇତାପୁରରେ ଥିବା ମା’ ତାରିଣୀ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ ମାନେ ଚୋରି କରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ମନ୍ଦିର ପୂଜକ ଆସିବା ପରେ ମନ୍ଦିରରେ ଲାଗିଥିବା ତାଲା ତଳେ ପଡିଥିବା ସହ ମନ୍ଦିରରେ ଲାଗିଥିବା ଘଣ୍ଟା ବି ନଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ଗାଁଲୋକ ଓ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
ନବରାତ୍ରୀ ପୂଜା ଚାଲିଥିବାରୁ ମା’ଙ୍କୁ ସଜା ଯାଉଛି । ତେବେ ପୂଜକଙ୍କ କହିବା ଅନୁଯାୟୀ ମା’ ତାରିଣୀଙ୍କର ସୁନା ଚିତା, ବିଭିନ୍ନ ରୂପା ଅଳଙ୍କାର ଚୋରୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/0abHOP4uJxvqS93TuaBe.jpg)