Photograph: (KANAKNEWS)
କନକ ବ୍ୟୁରୋ : ରାଜଧାନୀରେ ମହିଳା ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ। ବନ୍ଧା ହେଲା ରସିକିଆ ଡାକ୍ତର କେ. ସେଠୀ । ଭୁବନେଶ୍ବରରେ ଜଣେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଛି । ମହିଳା ଡାକ୍ତରଙ୍କ ଅଭିଯୋଗ ଅନୁସାରେ, ଡାକ୍ତର ଜଣକ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଭାବରେ କାମ କରନ୍ତି ।
ଅଧିକ ପଢନ୍ତୁ Train Accident : ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା : ଏଯାଏଁ ଗଲାଣି ୧୦ ଜୀବନ
ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଗାଡି ଅଟକାଇବା ପାଇଁ ଗ୍ରୁପରେ ମେସେଜ କରିଥିଲେ I ଆଉ ଜଣେ ଷ୍ଟାଫକୁ ଲଗାଇ ମ୍ୟାଡମଙ୍କୁ ଗାଡି ଅଟକାଇ ରଖିବାକୁ କହିଥିଲେ । ମହିଳା ଡାକ୍ତର ତାଙ୍କ ସ୍କୁଟିକୁ ରାସ୍ତାରେ ରଖିଥିଲେ । ରାସ୍ତାରେ ଯିବା ସମୟରେ ୱାନ ନାଇଟ ଷ୍ଟାଣ୍ଡ ପାଇଁ କହିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୁଲିସ୍ ପୀଡିତା ଡାକ୍ତରଙ୍କ ବୟାନ ରେକର୍ଡ କରିଛି । ଅଭିଯୁକ୍ତ ରସିକିଆ ଡାକ୍ତର ବିରୋଧରେ ଲାଗିଛି ସଙ୍ଗୀନ ଦଫା ।
ଅଧିକ ପଢନ୍ତୁ ଇସ୍ପାତ ନଗରୀ ରାଉରକେଲାରେ ବସ୍ଷ୍ଟାଣ୍ଡ ଅବସ୍ଥା ବେହାଲ୍ : ଯାତ୍ରୀଙ୍କ ବସିବା ପାଇଁ ନାହିଁ ଜାଗା
Follow Us