କନକ ବ୍ୟୁରୋ: ରାଜ୍ୟ ବିଜେପି ଅଫିସରେ ବିଜେପିର ସୁନୀତି ମୁଣ୍ଡଙ୍କୁ ଦୁର୍ବ୍ୟବହାର ।  ଦୁଇଦିନ ପୂର୍ବେ ହିଁ ବିଜେପିରୁ ସୁନୀତି ମୁଣ୍ଡଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ୟ୍ୟ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେପି ପକ୍ଷରୁ ସୂଚନା ମିଳିଥିଲା ।
ଦଳରୁ ତାଙ୍କ ନିଲମ୍ବନ ନେଇ ଆଜି ରାଜଧାନୀସ୍ଥିତ ବିଜେପି ଅଫିସରେ ରାଜ୍ୟ ବିଜେପି ସଭାପତିଙ୍କୁ ଭେଟିବାକୁ ପହଞ୍ଚିଥିଲେ ସୁନୀତି ମୁଣ୍ଡ । ହେଲେ ଏଠାରେ ପହଞ୍ଚିବା କ୍ଷଣି ତାଙ୍କର ଜୋରଦାର ବିରୋଧ କରିଥିଲେ ବିଜେପି ସଦସ୍ୟ । ତାଙ୍କୁ ରାଜ୍ୟ ବିଜେପି କାର୍ୟ୍ୟାଳୟରୁ ଘଉଡ଼ାଇ ରାସ୍ତାରେ ଆଣି ଛାଡ଼ିଥିଲେ ସଦସ୍ୟ । 
ବିଜେପି କାର୍ୟ୍ୟାଳୟରେ ତାଙ୍କ ସହ ଏଭଳି ବ୍ୟବହାର ପରେ ପ୍ରତିକ୍ରିୟା ରଖିଛନ୍ତି ସୁନୀତି ମୁଣ୍ଡ । ସେ କହିଛନ୍ତି ବିଜେପି ମହିଳାଙ୍କ ପାଇଁ ସମ୍ମାନ ନାହିଁ । ଗତ ପୌର ନିର୍ବାଚନରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ମେୟର ପାଇଁ ବିଜେପି ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ । ହେଲେ ଦଳ ବିରୋଧୀ କାର୍ୟ୍ୟ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।