କପି ଯାଞ୍ଚ ଆଳରେ ଅସଦାଚରଣ । କଲେଜ ସିସିଟିଭି ଫୁଟେଜ ଯାଞ୍ଚ କଲା ପୁଲିସ ।

Advertisment

କପି ଯାଞ୍ଚ ଆଳରେ ଅସଦାଚରଣ କଲେ ଅଧ୍ୟାପକ । ମାନସିକ ଆଘାତ ପାଇ ଜୀବନ ହାରିଲେ ଯୁକ୍ତ ୨ ଛାତ୍ରୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଲୋଡନ । କଲେଜ ସିସିଟିଭି ଫୁଟେଜ ଯାଞ୍ଚ କଲା ପୁଲିସ । 

କପି ଯାଞ୍ଚ ଆଳରେ ଅସଦାଚରଣ କଲେ ଅଧ୍ୟାପକ । ମାନସିକ ଆଘାତ ପାଇ ଜୀବନ ହାରିଲେ ଯୁକ୍ତ ୨ ଛାତ୍ରୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଲୋଡନ । କଲେଜ ସିସିଟିଭି ଫୁଟେଜ ଯାଞ୍ଚ କଲା ପୁଲିସ । 

24-ଅସଦାଚରଣ

କନକ ବ୍ୟୁରୋ: ଅଧ୍ୟାପକଙ୍କ ଅସଦାଚରଣ ନେଲା ଯୁକ୍ତ ଦୁଇ ଛାତ୍ରଙ୍କ ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରୁ ଆସିଛି ଏଭଳି ସଂଗୀନ ଅଭିଯୋଗ। ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତର ମୁଲୁଗାଇ ଗାଁର ସୌମ୍ୟା ଶ୍ୱାଶତି ନାୟକ ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ଦାୟିତ୍ବରେ ଥିବା ଜଣେ ଅଧ୍ୟାପକ କପି ଯାଞ୍ଚ ବାହାନାରେ ସୌମ୍ୟାଙ୍କୁ କମନ୍ ରୁମ୍‌କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ମର୍ମାହତ ପରେ ଛାତ୍ରୀ ଜଣକ ଘରେ ଆତ୍ମହତ୍ୟା କରିଥିବା ନେଇ ମା’ ଲକ୍ଷ୍ମୀପ୍ରିୟା ନାୟକ କହିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ୧୯ ତାରିଖ ପରୀକ୍ଷାରେ ଅସଦାଚରଣ ଅଭିଯୋଗ ହୋଇଥିଲେ ମଧ୍ୟ ଛାତ୍ରୀ ଜଣଙ୍କ ୨୪ ତାରିଖରେ ଆତ୍ମହତ୍ୟା କରିଥିଲା ଓ ପରିବାର ଲୋକେ ଗତ ୧ ତାରିଖ ରେ ଥାନାରେ ଅଭିଯୋଗ କରିଛନ୍ତି । ବାସ୍ତବ ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ଜଣା ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe