କନକ ବ୍ୟୁରୋ: କେବେ ଭଲ ବ୍ୟବହାର କରିବ ପୋଲିସ ? ଥାନାରେ ପୋଲିସର ଦୁର୍ବ୍ୟବହାର ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ଏଭଳି ଘଟଣାର କିନ୍ତୁ ଅନ୍ତଃ ହେଉନାହିଁ । ସ୍ୱାମୀ ନିଖୋଜ ହେବା ପରେ ଏତଲା ଦେବା ପାଇଁ ବାଲିପାଟଣା ଥାନାକୁ ଯାଇଥିଲେ ଜଣେ ମହିଳା । ହେଲେ ସମସ୍ୟା ଶୁଣିବେ କଣ ପୋଲିସ ବାବୁ ଜଣଙ୍କ ମହିଳାଙ୍କୁ ବାରମ୍ବାର ଥାନାକୁ ଦଉଡାଇଥିଲେ । ଶେଷରେ ନିରାଶ ହୋଇ ମହିଳା ଜଣଙ୍କ କମିଶନର ପୋଲିସଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଡ଼ କଥା ହେଉଛି ଭରତପୁର ଥାନା କାଣ୍ଡକୁ ନେଇ ବିବାଦ ଥମି ନଥିଲେ ବି ଥାନାରେ ପୋଲିସର ଦୁର୍ବ୍ୟବହାରର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ।
ପୁଣି ଥାନାରେ ମହିଳାଙ୍କୁ ଖରାପ ବ୍ୟବହାର । ସ୍ୱାମୀ ନିଖୋଜ ଏତଲା ଦେବାକୁ ଯାଇଥିଲେ ।
ପୁଣି ଥାନାରେ ମହିଳାଙ୍କୁ ଖରାପ ବ୍ୟବହାର ଅଭିଯୋଗ । ସ୍ବାମୀ ନିଖୋଜ ପରେ ନ୍ୟାୟ ପାଇଁ ଯାଇଥିଲେ ବାଲିପାଟଣା ଥାନା । ବାରମ୍ବାର ଥାନାକୁ ଦଉଡ଼ି ନିରାଶ ହେବା ପରେ କମିଶନରଙ୍କ ପାଖରେ ହେଲେ ଫେରାଦ ।
/kanak/media/media_files/AGThvUu5yecdmJzuufGq.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)