କନକ ବ୍ୟୁରୋ: ନିଆଁ ସାଙ୍ଗେ ଖେଳ ହେଲା କାଳ । ଅଳ୍ପକେ ବର୍ତ୍ତିଲେ ନାବାଳକ । ନିଆଁ ଖେଳିବାନେଭେ ଲାଗିଗଲା ଦେହରେ ନିଆଁ । ଏଭଳି ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି ବ୍ରହ୍ମପୁର ସଦର ଥାନା ନଭିହାଡ଼ ଗାଁରେ ।
ଗତକାଲି ରାତିରେ ଗଣେଶ ବିସର୍ଜନ ସମୟରେ ଦୁଇ ନାବାଳକ ନିଆଁ ଖେଳାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ପାଟିରୁ କିରୋସିନ୍ ସ୍ପ୍ରେ କରିବାବେଳେ ନାବାଳକର ମୁହଁରେ ଲାଗିଗଲା ନିଆଁ । ଗୁରୁତର ନାବାଳକକୁ ପ୍ରଥମେ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/01/fire-2025-09-01-13-30-44.jpg)