ପୁଅକୁ ଛୁରୀ ଭୁସି ମାରିଲା ବାପା ; ହତ୍ୟାକରୀ ବାପା ଫେରାର

ସୋର ଖଇରା ଥାନା ନରମା ଗାଁରେ ଅଭାବନୀୟ ଘଟଣା। ବାପାର ଛୁରା ମାଡରେ ନାବାଳକ ପୁଅର ମୃତ୍ୟୁ । ଘଟଣାସ୍ଥଳରୁ ହତ୍ୟାକାରୀ ବାପା ଫେରାର । 

crime++++

crime++++ Photograph: (kanakNews)

କନକ ବ୍ୟୁରୋ: ବାପାର ଛୁରା ମାଡରେ ନାବାଳକ ପୁଅର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେଲା ଖଇରା ଥାନା ନରମା ଗାଁରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ସ୍ତ୍ରୀ ମୁନି ସିଂଙ୍କୁ କୌଣସି କାରଣରୁ ମାଡ଼ ମାରିଥିଲେ । ମା’କୁ ବଞ୍ଚାଇବାକୁ ଯାଇ ବଡ଼ପୁଅ ରାଜେଶ ସିଂ ପ୍ରତିବାଦ କରିଥିଲେ । ଏଥିରେ ଯୋଗେନ୍ଦ୍ର ରାଗିଯାଇ ଏକ ଛୁରୀରେ ପୁଅ ରାଜେଶର ଛାତିକୁ ଆକ୍ରମଣ କରିଥିଲେ । ପରିବାର ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ହତ୍ୟାକାରୀ ବାପା ଯୋଗେନ୍ଦ୍ର ଫେରାର ଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe