କନକ ବ୍ୟୁରୋ : ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଆକ୍ସନ ମୋଡରେ ବନ ବିଭାଗ। ଚନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ଏସିଏଫ ମଧୁସ୍ମିତା ଦାସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା ସ୍ବୀକାର କରିଛନ୍ତି ଡିଏଫଓ । କହିଛନ୍ତି, ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଯେଉଁ ଗାଡିରେ ମୋରମ୍ ଚୋରି ହେଉଥିଲା, ସେସବୁ ଗାଡି ମାଲିକ ମାନଙ୍କୁ ଖୁବ ଶୀଘ୍ର ନୋଟିସ୍ ପଠାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us