କନକ ବ୍ୟୁରୋ : ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଆକ୍ସନ ମୋଡରେ ବନ ବିଭାଗ। ଚନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ଏସିଏଫ ମଧୁସ୍ମିତା ଦାସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା ସ୍ବୀକାର କରିଛନ୍ତି ଡିଏଫଓ । କହିଛନ୍ତି, ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଯେଉଁ ଗାଡିରେ ମୋରମ୍ ଚୋରି ହେଉଥିଲା, ସେସବୁ ଗାଡି ମାଲିକ ମାନଙ୍କୁ ଖୁବ ଶୀଘ୍ର ନୋଟିସ୍ ପଠାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
ଚନ୍ଦକାରେ ଲଘୁ ଖଣିଜ ଲୁଟ୍ ଘଟଣା, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଏଫଓ
ଏସିଏଫ ମଧୁସ୍ମିତା ଦାସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ହେଉଥିବା ସ୍ବୀକାର କରିଛନ୍ତି ଡିଏଫଓ । କହିଛନ୍ତି, ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
/kanak/media/media_files/2025/08/01/57-2025-08-01-11-52-50.jpg)