ମାଲକାନଗିରିରେ ଲଜ୍ଜା,  ହଷ୍ଟେଲ ଛାତ ଉପରେ ପ୍ରସବ । ସନ୍ତାନ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ ।

Advertisment

ମାଲକାନଗିରି ଜିଲ୍ଲାରେ ଲଜ୍ଜା । ହଷ୍ଟେଲ ଛାତ ଉପରେ ସନ୍ତାନ ଜନ୍ମଦେଲେ ଦଶମ ଶ୍ରେଣୀର ଛାତ୍ରୀ । କାଠଗଡାରେ ବିଦ୍ୟାଳୟ କର୍ତ୍ତୃପକ୍ଷ । ୮ ମାସ ଗର୍ଭବତୀ ହେବା ପରେ ବି କେମିତି ଜାଣି ପାରିଲେନି ମାଟ୍ରନ ।

ମାଲକାନଗିରି ଜିଲ୍ଲାରେ ଲଜ୍ଜା । ହଷ୍ଟେଲ ଛାତ ଉପରେ ସନ୍ତାନ ଜନ୍ମଦେଲେ ଦଶମ ଶ୍ରେଣୀର ଛାତ୍ରୀ । କାଠଗଡାରେ ବିଦ୍ୟାଳୟ କର୍ତ୍ତୃପକ୍ଷ । ୮ ମାସ ଗର୍ଭବତୀ ହେବା ପରେ ବି କେମିତି ଜାଣି ପାରିଲେନି ମାଟ୍ରନ ।

ମାଇନର ପ୍ରସବ

କନକ ବ୍ୟୁରୋ: ମାଲକାନଗିରିରେ ଲଜ୍ଜା । ହୋଷ୍ଟେଲ ଛାତ ଉପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ । ଆବାସିକ ବିଦ୍ୟାଳୟ ପରିସରରେ ସନ୍ତାନ ଜନ୍ମ କଲେ ନାବାଳିକା ଛାତ୍ରୀ । ମାଲକାନଗିରି ଚିତ୍ରକୋଣ୍ଡାରେ ଏକ ହାଇସ୍କୁଲର ଏହି ଖବର ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବା ସହ ଆବାସିକକ ସ୍କୁଲର ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଚିହ୍ନ ଲଗାଇଛି । 

ଶିକ୍ଷାର ମନ୍ଦିରରେ ଇଏ କଣ ଚାଲିଛି ? ମାଲକାନଗିରିରେ ହୋଷ୍ଟେଲ ଛାତ ଉପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୋମବାର ଇଂରାଜୀ ପରୀକ୍ଷା ଦେଇ ଫେରି ଥିଲେ ଚିତ୍ରକୋଣ୍ଡାରେ ଏକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ । ସନ୍ଧ୍ୟାକାଳୀନ ପ୍ରାର୍ଥନା ସଭା ସାରି ଉପସ୍ଥାନରେ ଆଉ ଯୋଗ ଦେଇ ନଥିଲେ ନାବାଳିକା ଛାତ୍ରୀ । ପ୍ରସବ ବେଦନା ଯୋଗୁ ଛାତ ଉପରକୁ ଚାଲି ଯାଇଥିଲେ ଛାତ୍ରୀ ଜଣକ । ଆଉ ସନ୍ଧ୍ୟାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । 

ପଦାରେ ପଡ଼ିଲା ବିଭାଗୀୟ ଅବହେଳା
୫ ସ୍କୁଲ ପାଇଁ ଜଣେ ଏଏନଏମ୍

ଅୁନୁସୂଚିତ ଜାତି ଓ ଜନଜାତୀ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ଋତୁସ୍ରାବ ମନିଟରିଙ୍ଗ ଲାଗି ସ୍ବତନ୍ତ୍ର ଏଏନଏମ୍ ଓ ମାଟ୍ରନ ବ୍ୟବସ୍ଥା ରହିଛି । ତେବେ ଚିତ୍ରକୋଣ୍ଡା ଏସଏସଡି ସ୍କୁଲର ଏଏନଏମ ୫ଟି ବିଦ୍ୟାଳୟର ଦାୟିତ୍ବରେ ଅଛନ୍ତି ।  ତେଣୁ କାମ ଚାପରେ ୮ମାସ ଧରି ଛାତ୍ରୀ ଗର୍ଭବତୀ ଥିବା  ନେଇ ସେ ଜାଣିପାରିନଥିବା ଅଭିଯୋଗ ହୋଇଛି । ଚିତ୍ରକୋଣ୍ଡାର ଏହି ଘଟଣା ବିଭାଗୀୟ ଅବହେଳାକୁ ପଦାରେ ପକାଇଛି । 
 
ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ଟିମ ତଦନ୍ତ ଆରମ୍ଭ କରି ଥିବା ବେଳେ ଗାଁ ର ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ଚିତ୍ରକୋଣ୍ଡା ପୁଲିସ । ପୂର୍ବରୁ ମାଲାକନଗିରି ଜିଲ୍ଲାରେ ବାରମ୍ବାର ଛାତ୍ରୀ ଗର୍ଭବତୀ ଘଟଣା ସାମନାକୁ ଆସିଥିଲା। ଏହାପରେ ସରକାରୀ ସ୍ତରରେ ଅନେକ ସଂସ୍କାର ଅଣା ଯାଇଛି । ତାସତ୍ତ୍ବେ ଶିକ୍ଷାର ମନ୍ଦିରରେ ଏଭଳି ଘଟଣାରେ ବ୍ରେକ ଲାଗୁନାହିଁ । ପ୍ରଶ୍ନ ଉଠୁଛି, 

ଛାତ୍ରୀ ଗର୍ଭବତୀ ଥିବା ସତ୍ତ୍ବେ କେମିତି ଜାଣିପାରିଲେନି ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ?  ଛାତ୍ରୀଙ୍କୁ ଛାତ ଉପରେ ପ୍ରସବ କରାଇଲା କିଏ?  ଦାୟିତ୍ବରେ ଥିବା ଏଏନଏମ ଓ ମାଟ୍ରନ କରୁଥିଲେ କ’ଣ ?  ସ୍କୁଲରେ ନା ବାହାରେ ଛାତ୍ରୀ ଶୋଷଣର ଶିକାର ହୋଇଛନ୍ତି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe