କନକ ବ୍ୟୁରୋ: ଜଘନ୍ୟ, ନୃଶଂସ, ଲଜ୍ଜାଜନକ । ଜହ୍ଲାଦ ବାପିର ଜଘନ୍ୟ କାଣ୍ଡ ।  ଯୌନସୁଖ ମେଣ୍ଟାଇବାକୁ ଯାଇ ନେଇଗଲା ନାବାଳକ ଆଶୀର୍ବାଦର ଜୀବନ । ଡେଲାଙ୍ଗ ରତନପୁର ନାବାଳକ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୁଲିସ । ଆଉ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ରଖିଛି, ତାହା ଶୁଣିଲେ ମୁଣ୍ଡ ଘୁରାଇଦେବ ।

Advertisment

ଘଟଣା ଦିନ, ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ବାପି, ନାବାଳକ ଆଶୀର୍ବାଦକୁ ଡାକି ପ୍ରଥମେ କୋଲଡ୍ରିଙ୍କ୍ ପିଇବାକୁ ଦେଇଥିଲା । ଏପରିକି ବଲ୍‌ କିଣିବାକୁ ୧୦୦ ଟଙ୍କା ଦେବାକୁ କହି ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିଲା । କିନ୍ତୁ ଟଙ୍କା ନଦେବାରୁ ଘଟଣା ବାବଦରେ ସମସ୍ତଙ୍କୁ ଜଣାଇଦେବ ବୋଲି କହିଥିଲା ଆଶୀର୍ବାଦ । ପରେ କିଛି ଉପାୟ ନପାଇ ଆଶୀର୍ବାଦର ତଣ୍ଟି ଚିପିଦେବା ସହ ପାଇଖାନା ଟାଙ୍କିରେ ପକାଇଥିଲା ସୈତାନ ବାପି ।  ଆଜି ପୁଲିସ ଆଗରେ ଏଭଳି ସତ ମାନିଛି ଅଭିଯୁକ୍ତ । 

ଅଭିଯୁକ୍ତ ବାପିକୁ ପୁଲିସ ଗିରଫ କରିଥିବା ବେଳେ ପକ୍ସୋ ଆଇନରେ ମାମଲା ରୁଜୁ କରିଛି । ପକ୍ସୋ କୋର୍ଟରେ ମାମଲାର ବିଚାର ହେବାକୁ ଥିବା ବେଳେ ଅଭିଯୁକ୍ତକୁ କିଭଳି କଠିନରୁ କଠିନ ଦଣ୍ଡ ମିଳିବ ସେନେଇ ପୁଲିସ ପକ୍ଷରୁ ସମସ୍ତ ପ୍ରମାଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏସପି । ତେବେ ଅଭିଯୁକ୍ତ ବାପିର ମାମଲା କେହି ନ ଲଢିବାକୁ ପିପିଲି ବାର୍ ଆସୋସିଏସନ ନିଷ୍ପତ୍ତି ନେଇଛି । ଆଶୀର୍ବାଦର ହତ୍ୟା ପରେ ଗାଁ ଲୋକ କହିଛନ୍ତି ଏଭଳି ସୈତାନକୁ ଫାଶୀ ଦିଆଯାଉ ।

ସୂଚନାଯୋଗ୍ୟ ଯେ, ନାବାଳକ ଆଶୀର୍ବାଦ ହତ୍ୟାକାଣ୍ଡ ପୂରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ଯୌନ ସୁଖ ମେଣ୍ଟାଇବାକୁ ସମ୍ପର୍କୀୟ ଭାଇ ଯେ, ସୈତାନ ପାଲଟିଯିବ ତାହା ସହଜରେ ବିଶ୍ବାସ କରିହେଉନି ।