Photograph: (kanaknews)
କନକ ବ୍ୟୁରୋ : ପିପିଲି ରତନପୁର ଗାଁର ନାବାଳକ ଅପହରଣ ପରେ ହତ୍ୟା ଘଟଣା । ତଦନ୍ତ ପାଇଁ ଗାଁରେ ପହଂଚିଲା ସାଇଣ୍ଟିଫିକ ଟିମ । ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୁରରେ ଥିବା ଆଉ ଏକ ଟାଙ୍କିରୁ ମିଳିଲା ନାବାଳକର ସାର୍ଟ-ପ୍ୟାଂଟ । ଆଉ ପ୍ୟାଂଟ ପକେଟରେ ରହିଛି କିଛି ଖେଳଣା। ତେବେ ସମ୍ପୁର୍ଣ୍ଣ ଯୋଜନାବଦ୍ଧ ଭାବେ ହତ୍ୟାକାରୀ ବାପି ଓରଫ ପ୍ରଭାକର ସାହୁ ମୃତଦେହ ଓ ପିଲାର ସାର୍ଟ ପ୍ୟାଂଟ ପାଇଖାନା ଟାଙ୍କିରେ ଲୁଚାଇ ପ୍ରମାଣ ନଷ୍ଟ କରିବା ବ୍ୟବସ୍ଥା କରିଥିଲା । ଆଜି ତାକୁ ଜେରା କରିବା ପରେ ଏସବୁ ତଥ୍ୟ ପାଇଛି ପୋଲିସ ।
Follow Us